କନକ ବ୍ୟୁରୋ : ମଥୁରାରେ ଆୟୋଜିତ ଏକ ବୌଦ୍ଧ କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମଗୁରୁ ଦଲାଇଲାମା ଚୀନ ଉପରେ ବର୍ଷିଛନ୍ତି । ଦଲାଇଲାମା କହିଛନ୍ତି ଚୀନର ଲୋକେ ତାଙ୍କୁ ଭଲପାଆନ୍ତି । କିନ୍ତୁ କିଛି ସରକାରୀ କର୍ମଚାରୀ ତାଙ୍କ ବିରୋଧରେ ସେଠାରେ ପ୍ରଚାର କରୁଛନ୍ତି । ଦଲାଇଲାମା ଭାରତକୁ ପ୍ରଶଂସା କରିବା ସହ ସଂପର୍କକୁ ଦୃଢ ରଖିବାରେ ଭାରତ ସବୁବେଳେ ଉଦ୍ୟମ କରୁଛି ବୋଲି କହିଥିଲେ ।
ଅନ୍ୟପଟେ ଦଲାଇଲାମା ଭାରତ ଆସିଥିବାରୁ ଏହାକୁ ତୀବ୍ର ବିରୋଧ କରିଛି ଚୀନ । ଚୀନର ବୈଦେଶିକ ବିଭାଗ କହିଛି ଯେ ଏଭଳି କାର୍ଯ୍ୟ ପାଇଁ ଉଭୟ ଦେଶ ମଧ୍ୟରେ ଥିବା ତିକ୍ତତା ବଢିଯିବ । ଭାରତ ଓ ଚୀନ ସୀମା ବିବାଦର ସମାଧାନରେ ଭାରତର ଆନ୍ତରିକତା ନାହିଁ ବୋଲି ଚୀନ କହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/vlcsnap-2017-03-21-07h40m38s130.png)