ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଅତିଥିଙ୍କୁ ସ୍ୱାଗତ କରିବାକୁ ମେନୁ ପ୍ରସୁତ : ଚା’ପରେ ପରଷାଯିବ ସ୍ୟାଣ୍ଡୱିଚ, ସିଙ୍ଗଡ଼ା ଓ ମିଠା, ରାତି ୯ଟାରେ ଦିଆଯିବ ରାତ୍ରିଭୋଜନ

469

କନକ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଶପଥଗ୍ରହଣ ଉତ୍ସବ । ଏହି ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତି । ମୋଦିଙ୍କ ଶପଥଗ୍ରହଣ ଉତ୍ସବରେ ଅତିଥୀ ମାନଙ୍କୁ ଖାଇବାରେ କଣ ଦିଆଯିବ? ଅତିଥୀ ମାନଙ୍କୁ ପ୍ରଥମେ ଚା ଦିଆଯିବ । ଏହା ଛଡା ସମୋସା, ସାଣ୍ଡୱିଚ୍ ମିଠା ବି ଦିଆଯିବ । ରାତି ୯ ଟାବେଳେ ରାଷ୍ଟ୍ରପତି ଭବନରେ ସମସ୍ତ ଅତିଥୀ ମାନେ ଡିନର୍ କରିବାର ବ୍ୟବସ୍ଥା ରହିଛି । ଏଥର ଅତିଥୀମାନେ ରାଇସେନାର ସ୍ପେଶାଲ ଡାଲ ଚାଖିବାକୁ ଦିଆଯିବ । ଯାହାକୁ ତିଆରି କରିବା ପାଇଁ ୪୮ ଘଂଟା ସମୟ ଲାଗିଥାଏ । ଏଥିପାଇଁ ପ୍ରସ୍ତୁତି ମଙ୍ଗଳାବାର ସନ୍ଧ୍ୟାରୁ ଆରମ୍ଭ ହୋଇସାରିଛି । ଖାଦ୍ୟ ତିଆରି କରିବାର ଦ୍ୱାୟିତ୍ୱ ରାଷ୍ଟ୍ରପତି ଭବନର ଖାସ୍ ରୋଷେୟାଙ୍କ ଉପରେ ନ୍ୟସ୍ତ ହୋଇଛି ।

ସୂଚନା ଅନୁସାରେ ଶପଥଗ୍ରହଣ ଉତ୍ସବରେ ପ୍ରାୟ ୬ ହଜାରରୁ ଅଧିକ ଅତିଥିଙ୍କ ସମାଗମ ହେବ । ଶପଥ ଗ୍ରହଣ ଉତ୍ସବରେ ବିଦେଶୀ ଅତିଥୀ, ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ଅନ୍ୟ ଅତିଥୀ ଯୋଗ ଦେବେ । ବିଶିଷ୍ଟ ଉଦ୍ୟୋଗପତିଙ୍କ ମଧ୍ୟରେ ସାମିଲ ହେଉଛନ୍ତି ରତନ ଟାଟା, ଅଜୟ ପିରାମଲ୍, ଜନ୍ ଚାଂବର୍ସ । ସେହିପରି ବିଲ୍ ଗେଟସ୍ ଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ଫିଲ୍ମ ଷ୍ଟାର ଶାହାରୁଖ ଖାନ୍, ରଜନୀକାନ୍ତ , କଙ୍ଗନା ରଣାୱତ୍, ସଂଜୟ ଲୀଲା ବଂଶାଲି, କରନ ଜୋହରଙ୍କୁ ନିମନ୍ତ୍ରଣ କରାଯାଇଛି । ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ, ଅନୀଲ କୁମ୍ୱଲେ, ହରଭଜନ ସିଂ, ବ୍ୟାଡମିଂଟନ ଖେଳାଳି ସାଇନା ନେହୱାଲ ମଧ୍ୟ ମୋଦିଙ୍କ ଅତିଥୀ ଭାବେ ସାମିଲ ହେବେ ।

ସେହିପରି ପାକିସ୍ତାନକୁ ବାଦ୍ ଦେଲେ ଅନ୍ୟ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କାରାଯାଇଛି । ସାର୍କ ଦେଶରେ ରହିଥିବା ରାଷ୍ଟ୍ର ସମୁହର ରାଷ୍ଟ୍ରନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି , ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ, ଶ୍ରୀଲଙ୍କା ରାଷ୍ଟ୍ରପତି ମୈତିପାଲ୍ ସିରିସେନା, ମିଆଁମାର ରାଷ୍ଟ୍ରପତି ୟୁ ୱିନ୍ ମିନ୍ତ, କିରଗିଜସ୍ଥାନ ରିପବ୍ଲିକ୍ ରାଷ୍ଟ୍ରପତି ସୋରନୋବେ ଜିନବେକୋଭ, ମରିସସ ପ୍ରଧାନମନ୍ତ୍ରୀ ପ୍ରବିଣ କୁମାର ଜୁଗନାଉଥ୍ ଉତ୍ସବରେ ସାମିଲ ହେଉଛନ୍ତି ।

ଆଜି ପୁରା ଦିନ ନରେନ୍ଦ୍ର ମୋଦିଙ୍କ ପାଇଁ ରହିବ ବ୍ୟସ୍ତ ବହୁଳ ସିଡୁଲ୍ । ସନ୍ଧ୍ୟା ୭ ଟାରେ ଶପଥ ଗ୍ରହଣ ଥିଲେ ମଧ୍ୟ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ । ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ଇନିଂସ । ପ୍ରଚଣ୍ଡ ଜନମତ ପାଇ ନିର୍ବାଚନରେ ବିଜୟ ଲାଭ କରିଥିବା ନରେନ୍ଦ୍ର ମୋଦି ଆଜି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି । ଆଜି ପୁରା ଦିନ ନରେନ୍ଦ୍ର ମୋଦିଙ୍କ ପାଇଁ ରହିବ ବ୍ୟସ୍ତବହୁଳ ସିଡୁଲ୍ । ସନ୍ଧ୍ୟା ୭ ଟାରେ ଶପଥ ଗ୍ରହଣ ଥିଲେ ମଧ୍ୟ ସକାଳ ୭ଟାରୁ ଆରମ୍ଭ ହୋଇଯାଇଛି କାର୍ଯ୍ୟକ୍ରମ । ଆଜି ସକାଳେ ମୋଦି ପ୍ରଥମେ ଗସ୍ତ କରିଥିଲେ ରାଜଘାଟ ।