ନନ୍ଦନକାନନରେ କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ : ହାତୀ ମୃତ୍ୟୁ ନେଇ ସ୍ଥିତି ଅନୁଧ୍ୟାନ କଲେ
କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଧବାର କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ ପହଂଚି ହାତୀ ମୃତ୍ୟୁ ନେଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କେନ୍ଦ୍ର ଚିଡିଆଖାନା କର୍ତ୍ତୃପକ୍ଷର ସଚିବ ଏସ୍ ପି ଯାଦବ ଓ ଜାତୀୟ ହରପିସ୍ ପ୍ରକଳ୍ପ ମୁଖ୍ୟ ଗୌରାଙ୍ଗ ମହାତୋ ହାତୀ ମୃତ୍ୟୁ ସଂପର୍କରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ବୈଠକ ପରେ କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ କହିଛନ୍ତି, ହରପିସ୍ ରୋଗରେ ୫ ପ୍ରତିଶତ ହାତୀଙ୍କର ମୃତ୍ୟୁ ଘଟିଥାଏ । ଏହା ହେଉଛି ଚିଡ଼ିଆଖାନା ଇତିହାସରେ ପ୍ରଥମ ଘଟଣା । ହରପିସ୍ ଭାଇରସ୍ ମାଈ ହାତୀମାନଙ୍କ ଠାରେ ଦେଖାଯାଇଥାଏ । ସଂକ୍ରମଣ ଯୋଗୁଁ ହାତୀମାନଙ୍କର ମୃତ୍ୟୁ ଘଟିଛି। ନନ୍ଦନକାନନ କର୍ତ୍ତୃପକ୍ଷ ନିୟମିତ ଭାବେ ଆମ ସହିତ ଯୋଗାଯୋଗ ରଖିଥିଲା । ତେଣୁ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ରୂପେ ନିର୍ଦ୍ଦୋଷ ।