ଆରବ ସାଗରରେ ଦାନା ବାନ୍ଧୁଛି ସାମୁଦ୍ରକି ବାୟୁ ହିକ୍କା : ଗୁଜରାଟରେ ପ୍ରବଳ ବର୍ଷା ସମ୍ଭାବନା

483

କନକ ବ୍ୟୁରୋ : ଗୁଜରାଟରେ ବିଗତ କିଛି ଦିନ ହେବ ଲଗାତାର ବର୍ଷା ହେଉଛି । ଉପକୂଳରେ ସୃଷ୍ଟି ହୋଇଥିବା ଡିପ୍ରେସନ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇସାରିଛି । ବାତ୍ୟାର ନାମ ଦିଆଯାଇଛି ହିକ୍କା । ତେବେ ଏହି ବାତ୍ୟା ଯୋଗୁଁ ଭାରତର ପଶ୍ଚିମ ଉପକୂଳରେ ବିଶେଷ ପ୍ରଭାବିତ ହେବାର ଆଶଙ୍କା ନାହିଁ । କିନ୍ତୁ ଏହାର ପ୍ରଭାବରେ ଗୁଜୁରାଟ,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି । ବାତ୍ୟା ପ୍ରଭାବରେ ଗୁଜୁରାଟରେ ପ୍ରବଳ ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ଏହା ଆଜି ଦିନ ୧୧ଟା ୩୦ ମିନିଟ ସୁଦ୍ଧା ଗୁଜୁରାଟର ବେରାବଲଠାରୁ ୫୬୦ କିମି ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଏବେ ଘଣ୍ଟାପ୍ରତି ୨୧ କିମି ବେଗରେ ଦକ୍ଷିଣ-ପଶ୍ଚିମ ଦିଗରେ ଗତି କରୁଛି । ଏହା ପଶ୍ଚିମମୁଖା ହୋଇ ଓମାନ ଆଡକୁ ଯିବାର ସମ୍ଭାବନା ରହିଛି । ଫଳରେ ଏହାର ବିଶେଷ ପ୍ରଭାବ ପଶ୍ଚିମ ଭାରତରେ ପଡିବାର ଆଶଙ୍କା ନାହିଁ । ତେବେ ଏହାର ପ୍ରଭାବରେ ଗୁଜୁରାଟ,ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ଆସନ୍ତା ୪୮ ଘଣ୍ଟା ପର୍ୟ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି କହିଛି ।