ଅବପାତର ରୂପ ନେଲା ଦକ୍ଷିଣ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପାରାଦୀପ ଠାରୁ ୧୧ଶହ କିଲୋମିଟର ଦୂରରେ ଅବସ୍ଥିତ ଅମ୍ପାନ୍ । ସନ୍ଧ୍ୟା ସାଢେ ୫ଟାରେ ନେବ ବାତ୍ୟାର ରୂପ

585

କନକ ବ୍ୟୁରୋ : ବଢ଼ିଲା ବାତ୍ୟା ଆଶଙ୍କା । ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ସାମୁଦ୍ରିକ ଝଡ ଅମ୍ଫାନ । ଶନିବାର ସକାଳ ସାଢେ ୮ଟା ସୁଦ୍ଧା ଅବପାତରେ ପରିଣତ ହୋଇସାରିଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ । ଏହା ଆଜି ସନ୍ଧ୍ୟା ସାଢେ ୫ଟା ସୁଦ୍ଧା ସାମୁଦ୍ରିକ ଝଡ ବା ବାତ୍ୟାର ରୂପ ନେବ ବୋଲି କହିଛଇ ଭାରତୀୟ ପାଣିପାଗ ବିଭାଗ । ଏହି ସମୟରେ ବାତ୍ୟାର ଆଖି ସୃଷ୍ଟି ହେବ । ସେହିପରି ପରବର୍ତୀ ୧୨ଘଂଟାରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ ।

ତେବେ ବର୍ତମାନ ଏହା ପାରାଦୀପ ଠାରୁ ଦକ୍ଷିଣରେ ୧୧ଶହ କିଲୋମିଟର ଦୂର ଓ ଦୀଘାଠାରୁ ୧୨ଶହ ୫୦ କିଲୋମିଟର ଦୂରରେ ଅବସ୍ଥିତ ଅଛି । ବାତ୍ୟା ଅମ୍ଫାନ ଭୀଷଣ ରୂପ ନେବ ବୋଲି ଅନୁମାନ କରାଯାଉଛି । ତେବେ ବାତ୍ୟାର ଗତିପଥ ନେଇ ସାଟେଲାଇଟ ଇମେ ଜାରି କରିଛି ପାଣିପାଗ ବିଭାଗ ।

ସାମ୍ଭାବ୍ୟ ବାତ୍ୟକୁ ନଜରରେ ରଖି ୧୨ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି । ଗଂଜାମ, ଗଜପତି, ପୁରୀ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ମୟୁରଭଂଜ, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।