ଭୟଙ୍କର କ୍ଷୟକ୍ଷତି ପହଞ୍ଚାଇପାରେ ଘୂର୍ଣ୍ଣିଝଡ଼ ‘ସାଗର’ ! ୨୦ଟି ରାଜ୍ୟକୁ ଚେତାବନୀ ଦେଲା ପାଣିପାଗ ବିଭାଗ

110

କନକ ବ୍ୟୁରୋ : ପୁଣି ଆଉ ଏକ ଘୂର୍ଣ୍ଣିଝଡ଼ ଆସୁଛି ବୋଲି ପାଣିପାଗ ବିଭାଗରୁ ସୂଚନା ମିଳିଛି । ସାରା ଦେଶରେ ୨୦ଟି ଜିଲ୍ଲାରେ ପୁଣି ଥରେ ଘୂର୍ଣ୍ଣିବାତ୍ୟା ଆଶଙ୍କା । ପାଣିପାଗ ବିଭାଗ ଏନେଇ ଆଲର୍ଟ ଜାରି କରିଛି । ଆଗାମୀ ୩ ଦିନ ଭିତରେ ଉତ୍ତର ଓ ଉତ୍ତର ପଶ୍ଚିମ ଭାରତରେ ଭୟଙ୍କର ଝଡ଼ ଓ ପ୍ରବଳ ଜୋରରେ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ତାମିଲନାଡ଼ୁ, କେରଳ,କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର ଓ ଲାକ୍ଷାଦ୍ୱୀପରେ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ।

ପାଣିପାଗ ବିଭାଗକୁ କୁହାଯାଇଛି ଆଗାମୀ ୧୨ ଘଂଟା ମଧ୍ୟରେ ଏହାର ପ୍ରଭାବ ଜୋର ରହିବ । ଆଉ ତା’ପରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଆଡ଼କୁ ବଢ଼ିବ ଏହି ଘୂର୍ଣ୍ଣିଝଡ଼ । ମତ୍ସ୍ୟଜୀବୀମାନଙ୍କୁ ୪୮ ଘଂଟା ମଧ୍ୟରେ ସମୂଦ୍ର ଆଖପାଖକୁ ନଯିବା ପାଇଁ ସତର୍କ କରାଯାଇଛି । ଦକ୍ଷିଣ ଓ ପଶ୍ଚିମ ରାଜ୍ୟର ଉପକୂଳ ଅଂଚଳରେ ଏହି ଘୂର୍ଣ୍ଣିଝଡ଼ ପ୍ରଭାବରେ ଘଂଟାପ୍ରତି ୭୦ରୁ ୮୦ କିମି ବେଗରେ ପବନ ବହିବ ବୋଲି ସୂଚନା ମିଳିଛି ।

ଆଗାମୀ ୨୪ ଘଂଟାରେ ଏହାର ପ୍ରଭାବ ଜୋର ରହିବ ଓ ଆଉ ଧୀରେ ଧୀରେ ଏହା ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ତରଫରୁ ପ୍ରକାଶ । ଅନ୍ୟପଟେ ରାଜସ୍ଥାନରେ ଆଉଥରେ ଧୂଳିଝଡ଼ର ହେବାର ସମ୍ଭାବନା ରହିଛି । ଏହାସହ ଦିଲ୍ଲୀ ଏନସିଆରରେ ମଧ୍ୟ ପାଗ ବିଗିଡ଼ିପାରେ । ପାଣିପାଗ ବିଭାଗ ଅନୁସାରେ , ଗରମ ଦିନରେ ଏପରି ପରିବର୍ତ୍ତନ ହେବା ସ୍ୱାଭାବିକ ।

ପାଣିପାଗ ବିଜ୍ଞାନ ଅନୁସାରେ ଏହାକୁ ଲୋକାଲ କ୍ଲାଉଡ଼୍ ସେଲ୍ କୁହାଯାଏ । ଅନେକ ଥର ଏକ ରୁ ଦୁଇ ଘଂଟା ମଧ୍ୟରେ ଏହା ଝଡ଼ତୋଫାନର ରୂପ ନେଇଥାଏ । ପାଣିପାଗ ବିଭାଗ ଏନେଇ ଆସାମ, ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ, ସିକିମ, ଝାଡ଼ଖଣ୍ଡ, ବିହାର, ଉତ୍ତର ପ୍ରଦେଶ, ହରିଅୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଉପକୂଳ ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଲାକ୍ଷାଦ୍ୱୀପର କିଛି ଅଂଚଳରେ ପ୍ରବଳ ଜୋରରେ ପବନ ବେଗରେ ପବନ ବହିବା ସହ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ବୋଲି ସହ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗର ଅନୁସାରେ ଆଗାମୀ ଦୁଇଦିନ ବେଶ ଭୟଙ୍କର ହେବାର ସମ୍ଭାବନା ରହିଛି ।