ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ : ପାରାଦ୍ୱୀପରୁ ୮୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ, ୨୪  ଘଂଟାରେ ନେବ ବାତ୍ୟାର ରୂପ 

1,432

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତକୁ ନେଇ ବଡ ଆଶ୍ୱସ୍ତି । ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବ ଓଡିଶା ଉପରେ ପଡିବାର ସଂଭାବନା କମ୍ ବୋଲି ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଂଜୟ ମହାପାତ୍ର । ପାରାଦୀପ ଠାରୁ ଏହା ଏବେ ୮୧୦ କିଲୋମିଟର ଦୂରରେ ରହିଛି । ତେବେ ଆଗକୁ ଏହି ଗଭୀର ଅବପାତ ବାତ୍ୟାର ରୁପ ନେଇପାରେ । ଏହା ବାତ୍ୟା ରୂପ ନେଲେ ପଶ୍ଚିମବଂଗ ଓ ବାଂଲାଦେଶ ମୁହାଁ ହେବ । ତେଣୁ ଓଡିଶାରେ ବିଶେଷ ପ୍ରଭାବ ପଡିନପାରେ ବୋଲି ଭାରତୀୟ ପାଣିପାଗ ନିର୍ଦ୍ଦେଶକ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି ।

ଆସନ୍ତା ୮ ତାରିଖ ଯାଏଁ ପାଗ ଶୁଖିଲା ରହିବ କିନ୍ତୁ ୯ ତାରିଖରୁ ୨ ଦିନ ବର୍ଷା ହେବ । ଏହାର ପ୍ରଭାବରେ ଉତର ଓଡିଶା ଉପକୂଳ ଜିଲ୍ଲା ଗୁଡିକରେ ଆସନ୍ତା ୯ ତାରିଖରୁ ବର୍ଷା ହେବ । ଏହି ସମୟରେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ  ନ ଯିବାକୁ ପରାମର୍ଶ ଦିଆଯାଇଛି । ଅବପାତ ଏବେ ସମୁଦ୍ର ମଧ୍ୟରେ ରହି ଧୀରେ ଧୀରେ ଗତି କରୁଥିବାରୁ ଏହା ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ନିର୍ଦ୍ଦେଶକ ।