ବାତ୍ୟା ଫୋନି ପାଇଁ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ପ୍ରସ୍ତୁତ ! ଜରୁରୀକାଳୀନ ପରିସ୍ଥିତିରେ କାଣନ୍ତୁ କେଉଁ ନମ୍ବର ଡାଏଲ କରିବେ ?

189

କନକ ବ୍ୟୁରୋ : ସ୍ଥଳଭାଗକୁ ପାଖେଇ ପାଖେଇ ଆସୁଛି ବାତ୍ୟା ଫୋନି । ଆସନ୍ତାକାଲି ୮ଟାରୁ ୧୦ ମଧ୍ୟରେ ପୁରୀରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଫୋନି । ବାତ୍ୟା ବେଳେ ସଜାଗ ରହିବ ‘୧୦୮’ ଆମ୍ବୁଲାନ୍ସ । ବାତ୍ୟା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ସେବା ଯୋଗାଇବା ପାଇଁ ସଜାଗ ରହିବ ଆମ୍ବୁଲାନ୍ସ । ବାତ୍ୟା ପ୍ରଭାବିତ ଜିଲ୍ଲାରେ ୨୫ଟି ଅତିରିକ୍ତ ଗାଡ଼ି ମୁତୟନ କରାଯାଇଛି । ବାତ୍ୟା ହେଉଥିବା ସମୟରେ ୧୦୮ ଓ ୧୦୨କୁ କଲ୍ କଲେ ତୁରନ୍ତ ସହାୟତା ମିଳିବ । ସାହାଯ୍ୟ ପାଇଁ ଅସ୍ଥାୟୀ ନମ୍ବରକୁ କଲ କରି ମଧ୍ୟ ଯୋଗାଯୋଗ କରିପାରିବେ ।

ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କର ଛୁଟିକୁ ଆସନ୍ତା ରବିବାର ପର୍ଯ୍ୟନ୍ତ ବାତିଲ କରାଯାଇଥିବାବେଳେ ହେଡ଼କ୍ୱାର୍ଟରରୁ ବାହାରକୁ କାହାକୁ ନଯିବାକୁ କୁହାଯାଇଛି । ବାତ୍ୟାର ପ୍ରକୋପକୁ ଆଶଙ୍କାକରୀ ଆମ୍ବୁଲାନ୍ସ ଗମନାଗମନ ପାଇଁ ଯଥେଷ୍ଟ ପରିମାଣର ଇନ୍ଧନ ଗଚ୍ଛିତ ରଖାଯାଇଛି । ଗାଡି ଗୁଡିକୁ ସମ୍ଭାବିତ ଜଳବନ୍ଦୀ ଅଞ୍ଚଳରୁ ଦୁରେଇ ଉଚ୍ଚା ସ୍ଥାନ ମାନଙ୍କରେ ରଖାଯାଇଛି । ବାତ୍ୟାରେ ମୋବାଇଲ ନେଟୱାର୍କ ବ୍ୟାଘାତ ଆଶଙ୍କା କରି ବିକଳ୍ପ ସୁରୂପ ଅଧିକ କିଛି ମୋବାଇଲ ନମ୍ବର ଆଣି ବିଭିନ୍ନ ସ୍ଥାନରେ ସହଜ ଯୋଗାଯୋଗ ପାଇଁ ପ୍ରଦାନ କରାଯାଇଛି । ଆହୁରୀ ମଧ୍ୟ ଜରୁରୀ କଲ୍ ଗୁଡ଼ିକ ରିସିଭ୍ କରିବା ପାଇଁ କଲ୍ ସେଣ୍ଟରରେ ୨୪ଘଣ୍ଟିଆ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।”

୧୦୮ ଆମ୍ବୁଲାନ୍ସ ପାଇଁ ଡାଏଲ କରନ୍ତୁ -୦୬୭୪/-୭୧୫୪୩୧୦୮/୩୦୬୬୦୦୦

୧୦୨ ଆମ୍ବୁଲାନ୍ସ ସେବା ପାଇଁ ଡାଏଲ କରନ୍ତୁ -୦୬୭୪-୭୧୯୮୧୦୨