ପୁରୀ ଠାରୁ ୨୭୫ କିମି ଦୂରରେ ବାତ୍ୟା ‘ଫୋନି’ : ସର୍ବାଧିକ ୨୨୫ କିମି ବେଗରେ ପବନ ବହିବା ଆଶଙ୍କା

608

କନକ ବ୍ୟୁରୋ : ଫୋନିର ଭୟାବହତା ଧୀରେ ଧୀରେ ଆହୁରି ଭୟଙ୍କର ହେବାରେ ଲାଗିଛି । ପୁରୀକୁ ପାଖେଇ ପାଖେଇ ଆସୁଛି ସାମୁଦ୍ରିକ ବାତ୍ୟା ଫୋନି । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ପୁରୀର ଆହୁରି ନିକଟତର ହେବାରେ ଲାଗିଛି ବାତ୍ୟା ଫୋନି । ପୁରୀ ଠାରୁ ବର୍ତ୍ତମାନ ସମୟରେ ୨୭୫ କିମି ଦୂରରେ ରହିଛି ବାତ୍ୟା । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୭୦ରୁ ୧୮୦ କିମି ରହିପାରେ । କିଛି ସ୍ଥାନରେ ଘଂଟାପ୍ରତି ୨୨୫ କିମି ବେଗରେ ବହିବ ପବନ ।

ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୩୦ରୁ ୪୦ କିମି ବେଗରେ ପବନ ବହୁଛି । ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ପୁରୀରେ ମାଡ ହେବ ବାତ୍ୟା ଫୋନି । ଏହାସହ ଦିନ ୧୨ଟା ଯାଏଁ ବାତ୍ୟାର ପ୍ରଭାବ ଜିଲ୍ଲାର ଉପକୂଳବର୍ତି ଜିଲ୍ଲାରେ ଅନୁଭୁତ ହେବ । ବାତ୍ୟା ଫନିର ଭୟାବହତାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୪ ଲକ୍ଷ ଲୋକଙ୍କୁ ୮୭୯ଟୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି ।