ବାଙ୍ଗଲା ମୁହାଁ ବାତ୍ୟା । ଓଡିଶା ଉପକୂଳ ଠାରୁ ଦୂରେଇ ବାଂଲାଦେଶ ମୁହାଁ ବାତ୍ୟା । ଅପରାହ୍ଣ ୪ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ ଅମ୍ପାନ୍ ।

ବାଙ୍ଗଲା ମୁହାଁ ବାତ୍ୟା । ଓଡିଶା ଉପକୂଳ ଠାରୁ ଦୂରେଇ ବାଂଲାଦେଶ ମୁହାଁ ବାତ୍ୟା । ଅପରାହ୍ଣ ୪ଟାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ କରିବ ଅମ୍ପାନ୍ ।

କନକ ବ୍ୟୁରୋ : ଓଡ଼ିଶା ଛାଡ଼ି ବାଙ୍ଗଲା ମୁହାଁ ବାତ୍ୟା । ପାରାଦ୍ୱୀପ ଠାରୁ ଧୀରେ ଧୀରେ ଦୂରେଇ ଯାଉଛି ବାତ୍ୟା ଅମ୍ପାନ୍ । ଓଡିଶା ଉପକୂଳରଠାରୁ ଦୂରେଇ ପ.ବଙ୍ଗ-ବାଂଲାଦେଶ ମୁହାଁ ହେଉଛି ଅମ୍ଫାନ । ଆଜି ଅପରାହ୍ଣ ୪ଟାରୁ ଅମ୍ଫାନର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ । ଦୀଘାଠାରୁ ୯୫କିମି ଦୂରରେ ରହିଛି ଅମ୍ଫାନ । ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଅମ୍ଫାନ । ପ୍ରାୟ ୧ଘଣ୍ଟାରୁ ୨ ଘଣ୍ଟା ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଚାଲିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟାକୁ ୧୬୫ରୁ ୧୮୫କିମି ପବନ ବହିବ । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଚାଲିଥିବା ବେଳେ ବାଲେଶ୍ୱର, କେନ୍ଦ୍ରାପଡା, ଭଦ୍ରକରେ ସନ୍ଧ୍ୟା ଯାଏଁ ଜୋରରେ ପବନ ବହିବ । ତେବେ ବର୍ତ୍ତମାନ ସୁଦ୍ଧାପାରାଦୀପରେ ସର୍ବାଧିକ ୨୧୪.୫ମିମି ବର୍ଷା ରେକର୍ଡ ।

ସାମୁଦ୍ରିକ ଝଡ ଅମ୍ଫାନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି ।ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା ପ୍ରଶାସନ ଲୋକଙ୍କୁ ଉପକୂଳ ଅଂଚଳକୁ ନଯିବାକୁ ବାରଣ କରିଛନ୍ତି। ମାଇକ ଯୋଗେ ପ୍ରଚାର କରି ସମୁଦ୍ରକୂଳିଆ ଲୋକଙ୍କୁ ଜିଲ୍ଲା ପ୍ରଶାସନ ସତର୍କ କରାଉଛି । ସେପଟେ ଉଚ୍ଚ ଜୁଆର ଉପକୂଳ ଡେଇଁ ଆସିବା ପରେ ସମୁଦ୍ର ଧୀରେ ଧୀରେ ଅଧିକ ଅଶାନ୍ତ ରହୁଥିବା ଜଣାପଡିଛି। ଧୀରେ ଧୀରେ ଦୀଘାରେ ପବନର ବେଗ ବୃଦ୍ଧି ପାଉଥିବାରୁ ସମୁଦ୍ରର ଏପରି ଉଗ୍ରରୂପ ଆଗକୁ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି ।

ବାଲେଶ୍ୱରର ଚାନ୍ଦିପୁର ବେଳାଭୂମିରେ ବି ବଡ ବଡ ଜୁଆର ଦେଖିବାକୁ ମିଳିଛି। ସମୁଦ୍ର ଅଶାନ୍ତ ରହୁଥିବା ବେଳେ ଅନେକ ସ୍ଥାନରେ ଘରର ଛପର ବି ଉଡ଼ିଯାଇଛି । ପବନର ବେଗ ସକାଳେ ଯେତିକି ରହିଥିଲା , ସମୟ ବଢିବା ସହ ଏହା ଅଧିକ ହୋଇଛି । ସେପଟେ ସାମୁଦ୍ରିକ ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe