୮ ତାରିଖ ଯାଏ କଟକ ସହର ସଟଡାଉନ୍ । ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରକୁ ସଟଡାଉନ ଘୋଷଣା କଲା ସିଏମସି

1,003

କନକ ବ୍ୟୁରୋ : କଟକ ସହର ସଂପୂର୍ଣ୍ଣ ସଟଡାଉନ । ୮ ତାରିଖ ଯାଏ କଟକ ସହର ସଟଡାଉନ୍ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ସହରକୁ ସଟଡାଉନ ଘୋଷଣା କଲା ସିଏମସି ।  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ୮ ତାରିଖ ମଧ୍ୟରାତ୍ର ଯାଏ ସଟଡାଉନ ଘୋଷଣା କରିଛି ସିଏମସି । ତଏବଂ ତତ୍କାଳୀନ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ସକାଳ ୫ରୁ ସନ୍ଧ୍ୟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ । ଗ୍ରୋସରୀ, ପରିବା, କ୍ଷୀରଦୋକାନ ଖୋଲିବାକୁ ସର୍ତମୂଳକ ଅନୁମତି ଦିଆଯାଇଛି ।

ସେହିପରି ଔଷଧ ଦୋକାନ ମଧ୍ୟ ଖୋଲା ରହିବ । ଆଜି ସକାଳେ କଟକ ରାଣୀହାଟ ମାଳିସାହି ଅଂଚଳକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରାଯାଇଥିଲା । ସଂପୃକ୍ତ ଅଂଚଳରୁ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଥିଲା । ଅନ୍ୟପଟେ କଟକ କ୍ୟାନସର ହସ୍ପିଟାଲରୁ ଆଉ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ଗତ ୧୦ ଦନରେ କ୍ୟାନସର ହସ୍ପିଟାଲରୁ ୭୬ ଆକ୍ରାନ୍ତ ଚିହ୍ନଟ ହେଲେଣି।