କନକ ବ୍ୟୁରୋ : କଟକ ଏସସିବି କାଜୁଆଲଟିରେ ତାଲା । ରୋଗୀ ମୃତ୍ୟୁକୁ ନେଇ ତାତିଛନ୍ତି ସମ୍ପର୍କୀୟ । ଆଉ ପ୍ରତିବାଦରେ କାଜୁଆଲଟିରେ ତାଲା ପକାଇଦେଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ମୃଦୁ ଲାଠିଚାର୍ଜ କରିବାକୁ ପଡିଛି ।

Advertisment

ସୂଚନା ଅନୁସାରେ, କଟକ ସିଡିଏ ଅଂଚଳର ପ୍ରତ୍ୟୁଷ ଦାସଙ୍କୁ ନର୍ସ ସାଲାଇନ ନଦେବାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ ରୋଗୀଙ୍କ ସମ୍ପର୍କୀୟ କାଜୁଆଲଟିରେ ତାଲା ପକାଇଦେଇଥିଲେ । ପରିବାର ଲୋକଙ୍କ ସହ ଆଲୋଚନା କରିବା ପାଇଁ ଏସସିବି କର୍ତୃପକ୍ଷ ପ୍ରତିଶ୍ରୃତି ଦେବା ପରେ କାଜୁଆଲଟି ସ୍ୱାଭାବିକ ହୋଇଛି ।