ମହଙ୍ଗା ପଡିଲା ଫେସବୁକ୍ ଲାଇଭ୍ ! ଏସସିବିରେ ଡାକ୍ତରଙ୍କ ଅନୁପସ୍ଥିତିକୁ ଫେସବୁକରେ ଲାଇଭ କରି ରୋଗୀଙ୍କ ସମ୍ପର୍କୀୟ ହଟହଟା

39

କନକ ବ୍ୟୁରୋ : କଟକ ବଡମେଡିକାଲରେ ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ସୋସିଆଲ ସାଇଟରେ ଲାଇଭ କରି ହଟହଟା ହେଲେ ରୋଗୀଙ୍କ ସମ୍ପର୍କୀୟ । ଗତକାଲି ତିର୍ତୋଲ ଅଂଚଳର ରମାକାନ୍ତ ଭୋଇ ତାଙ୍କ ଅସୁସ୍ଥ ଝିଅକୁ ଚିକିତ୍ସା ପାଇଁ ଏସସିବି ହସ୍ପିଟାଲକୁ ଆଣିଥିଲେ ।

ତେବେ ସେହି ସମୟରେ କୌଣସି ଡାକ୍ତର ନଥିବା ଦେଖି ସେ ଏହି ଘଟଣାକୁ ଫେସବୁକର ଲାଇଭ କରିଥିଲେ । ଏହାପରେ ବଢିଯାଇଥିଲା ତାଙ୍କ ସମସ୍ୟା । ସୋସିଆଲ ସାଇଟରେ ଲାଇଭ ହେଉଥିବା ଦେଖି ଡାକ୍ତର ତାଙ୍କୁ ଦୁର୍ବ୍ୟବହାର କରିବା ସହ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।