କଟକରେ ତାଲାବନ୍ଦ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ଜନତା : ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ

Advertisment
କଟକରେ ତାଲାବନ୍ଦ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ଜନତା : ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ

କନକ ବ୍ୟୁରୋ : କରୋନା ମୁକାବିଲା ପାଇଁ ୨୧ ଦିନିଆ ତାଲାବନ୍ଦର ପ୍ରଥମ ଦିନରେ କେତେ ସଚେତନ କଟକବାସୀ । ଟ୍ୱିନ ସିଟିରେ ଏହି କଟକଣାକୁ ଅଧିକ କଡାକଡି କରାଯାଇଛି । ହେଲେ କଟକରେ ସକାଳୁ ସକାଳୁ କିନ୍ତୁ ଦେଖିବାକୁ ମିଳିଛି ଏପରି ଚିତ୍ର ଯାହାକି ଆପଣଙ୍କ ଚିନ୍ତା ବଢାଇ ଦେବ । କଟକରେ ତାଲାବନ୍ଦ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ଜନତା । ମାଛ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ । କରୋନା ପାଇଁ କୌଣସି ସ୍ଥାନରେ ୭ରୁ ଅଧିକ ଲୋକଙ୍କ ଭିଡ ନହେବା ପାଇଁ କଟକଣା ଜାରି ହୋଇଛି । ହେଲେ ଏହାକୁ କେହି ଖାତିର କରିନଥିବା ମନେହେଉଛି ।

ତାଲାବନ୍ଦ ଘୋଷଣା ହେବା ପରେ ପରେ ଆଜି ଲୋକମାନେ ବଜାରକୁ ଦୌଡିଛନ୍ତି ନିତିଦିନିଆ ସାମଗ୍ରୀ କିଣିନେବା ପାଇଁ । ଏହିକ୍ରମରେ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଗହଳି । ତାଲାବନ୍ଦ ସମୟରେ ଜରୁରୀ ସାମଗ୍ରୀ , ରାସନ ଦୋକାନ ଖୋଲା ରହିବ ସରକାର ଆଗରୁ ଘୋଷଣା କରିଥିଲେ ମଧ୍ୟ ଲୋକେ ଅଧିକ ସଂଖ୍ୟାରେ ଏକାଠି ହୋଇ ଭିଡ କରୁଛନ୍ତି ଦୋକାନ ଗୁଡିକରେ । ଯାହାକୁ ନେଇ ଚିନ୍ତା ବଢିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe