ଟ୍ୱିନସିଟିରେ ଗଡିଲା ବସ୍ : ୩୦ ଟଙ୍କା ଭଡା ଦେଇ ରାଜଧାନୀକୁ ଆସିଲେ ସରକାରୀ କର୍ମଚାରୀ,ସେପଟେ ଗ୍ରୀନ ଜୋନରେ ବସ ଚଳାଚଳ ନେଇ ଦିନେ ଦୁଇ ଦିନ ଭିତରେ ହେବ ନିଷ୍ପତ୍ତି

372

କନକ ବ୍ୟୁରୋ : କଟକ ଭୁବନେଶ୍ୱର ମଧ୍ୟରେ ଗଡିଲା ବସ୍ । କଟକରୁ ସରକାରୀ କର୍ମଚାରୀଙ୍କୁ ନେଇ ବସ୍ ଭୁବନେଶ୍ୱର ପହଂଚିଛି । ସରକାରୀ କର୍ମଚାରୀଙ୍କ ସୁବିଧା ପାଇଁ ବସ ଚଳାଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ଅଫିସ ସମୟରେ ଗୋଟିଏ ବସ ଭୁବନେଶ୍ୱର ଓ କଟକ ମଧ୍ୟରେ ଚଳାଚଳ କରିବ ବୋଲି ସୂଚନା ଦେଇଥିଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆଜି କଟକରୁ ଭୁବନେଶ୍ୱରକୁ ୩୦ ଟଙ୍କା ଭଡା ଦେଇ ସରକାରୀ କର୍ମଚାରୀ ଆସିଛନ୍ତି । ସେପଟେ ଗ୍ରୀନ ଜୋନରେ ବସ ଗଡିବା ପ୍ରସଙ୍ଗରେ ସରକାର ଦିନେ କି ଦୁଇ ଦିନ ଭିତରେ ନିଆଯିବ । ତେବେ ଗ୍ରୀନ ଜୋନରେ ବସ ଭଡା ଦୁଇ ଗୁଣା କରିବାକୁ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି ।

ସେପଟେ ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଟ୍ରେନ ଗଡ଼ିଛି । ଭୁବନେଶ୍ୱରରୁ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ବାହାରିଛି ସ୍ୱତନ୍ତ୍ର ଟ୍ରେନ । ଦିଲ୍ଲୀ ଯିବାପାଇଁ ଭୁବନେଶ୍ୱର ରେଳ ଷ୍ଟେସନରେ ଭିଡ ଦେଖିବାକୁ ମିଳିଛି । ତେବେ ଗାଇଡଲାଇନ ଅନୁସାରେ ଲୋକେ ସାମାଜିକ ଦୂରତା ରକ୍ଷା କରି ଟ୍ରେନରେ ଯାତ୍ରା କରୁଛନ୍ତି । ସେପଟେ ନୂଆଦିଲ୍ଲୀରୁ ଆସନ୍ତାକାଲି ପ୍ରଥମ ଟ୍ରେନ ଭୁବନେଶ୍ୱର ଆସିବ । ଏହି ଟ୍ରେନ ବାଲେଶ୍ୱର, ଖଡଗପୁରର ହିଂଜିଳି, ଟାଟା, ବୋକାରୋ ଏବଂ କାନପୁରରେ ଅଟକିବ ।ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମାଜିକ ଦୂରତା ମାନିବେ । ଟ୍ରେନ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି ତ ସେମାନେ ନିଜସ୍ୱ ସୁବିଧାରେ ରହିବେ । ଯେଉଁମାନେ ଯାଇପାରିବେ ନାହିଁ ସେମାନଙ୍କ ପାଇଁ ସରକାର ବ୍ୟବସ୍ଥା କରିବେ । ଯେଉଁମାନେ ଅନ୍ୟ ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ ପଂଜିକରଣ ବାଧ୍ୟତାମୂଳକ କରାଯାଇଛି ।