କନକ ବ୍ୟୁରୋ : କଟକର ଜଣେ ବ୍ୟବସାୟୀ ନିଖୋଜ ହୋଇଯାଇଛନ୍ତି । ମଙ୍ଗଳବାରଠାରୁ ସହରର ଜଣେ ଯୁବ ବ୍ୟବସାୟୀ ବିଶାଳ ସୁନ୍ଦରକା ନିଖୋଜ ହୋଇଯାଇଛନ୍ତି । ଗତକାଲି ରାତିରେ ପୁରୀର ଏକ ହୋଟେଲରେ ବିଶାଳଙ୍କ କାର ପାର୍କିଂ ହୋଇଥିବା ଦେଖିବାକୁ ମିଳିଛି । ନିଖୋଜ ନେଇ ବିଶାଲଙ୍କ ପରିବାର ଲୋକେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି । ବିଶାଳଙ୍କ ଭାଇ ବିକାଶଙ୍କ କହିବା ଅନୁସାରେ, ବିଶାଳ ଭୁବନେଶ୍ୱର ଯିବାକୁ କହି ଘରୁ ଯାଇଥିଲେ । ତା ପରେ ଆଉ ଫେରିନାହାନ୍ତି ।
ମଙ୍ଗଳବାର ସକାଳେ ଓ ମଧ୍ୟାହ୍ନରେ ପରିବାର ଲୋକଙ୍କ ସହ ବିଶାଳ କଥା ହୋଇଥିଲେ । ଏବେ ତାଙ୍କ ମୋବାଇଲ ସ୍ୱିଚ ଅଫ ଥିବା ଜଣାପଡିଛି । ଭୁବନେଶ୍ୱର -ପୁରୀ ରୋଡରେ ମିଳିଥିବା ସିସିଟିଭି ଫୁଟେଜ ଅନୁସାରେ ସଂପୃକ୍ତ ଯୁବ ବ୍ୟବସାୟୀ ପୁରୀ ଯାଉଥିବା ଦେଖିବାକୁ ମିଳିଛି । ସେ କାରରେ ଏକାକୀ ଥିଲେ । ପୁରୀରେ ତାଙ୍କ ମୋବାଇଲ ଠାବ ହୋଇଥିବାବେଳେ ଏହା ସ୍ୱିଚ ଅଫ ଥିବା ଜଣାପଡିଛି । ପୋଲିସ ଘଟଣାର ତନାଘନା କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/MISSING.jpg)