କଟକ : ବାଙ୍କୀ ଉପଖଣ୍ଡ ଚନ୍ଦକା ଅଂଚଳରେ ମିଳିଲା ପ୍ରସ୍ତର ଯୁଗ ସଭ୍ୟତାର ସନ୍ଧାନ

179

କନକ ବ୍ୟୁରୋ : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଚନ୍ଦକା ଅଂଚଳରେ ପ୍ରସ୍ତର ଯୁଗର ସଭ୍ୟତାର ସନ୍ଧାନ ମିଳିଛି । ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗବେଷଣା କରି ଏହି ସୂଚନା ଦେଇଛି । ଚନ୍ଦକା ଅଭୟାରଣ୍ୟ ନିକଟ ପାଥପୁରା ମୌଜାର ପାଣ୍ଡବ ବଖରା ପାହାଡରେ ପ୍ରସ୍ତର ଯୁଗୀୟ ସଭ୍ୟତାର ସନ୍ଧାନ ପାଇଛି ଏଏସଆଇ ଟିମ୍ ।

ପାହାଡର ୫ଶହ ମିଟର ମଧ୍ୟରେ ଏକ ପୁରାତନ ଗୁମ୍ଫାରେ ଆଜକୁ ପ୍ରାୟ ୪ହଜାର ବର୍ଷ ପୂର୍ବେ ମଣିଷ ବସବାସ କରୁଥିବା ଏଏସଆଇ ସୂଚନା ଦେଇଛି । ଗୁମ୍ଫାରୁ ବିଭିନ୍ନ ଆକାରର ପ୍ରାଚୀନ ମୂର୍ତ୍ତି ଓ ଚିତ୍ରକଳା ଦେଖିବାକୁ ମିଳିଛି ।

ଅନ୍ୟପଟେ ଏହି ଗୁମ୍ଫାକୁ ନେଇ ବହୁ ପୌରାଣିକ କଥାବସ୍ତୁ ଶୁଣିବାକୁ ମିଳିଛି । ଦ୍ୱାପର ଯୁଗରେ ପଂଚୁପାଣ୍ଡବ ବନବାସ ସମୟରେ ଆସି ଏହି ଗୁମ୍ଫାରେ ରହିଥିଲେ । ପରବର୍ତ୍ତୀ ସମୟରେ ଏଠାରେ ମୁନିଋଷିମାନେ ଆସିରହିଥିବା ଇତିହାସବିଦ ମାନେ କହିଛନ୍ତି ।