କନକ ବ୍ୟୁରୋ : କାର ଓ ଟ୍ରକ ମୁହାଁମୁହିଁ ଧକ୍କା । କଟକ ବାଲିକୁଦା ନିକଟରେ ଗତକାଲି ରାତିରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୨ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ମାନେ ଖୋର୍ଦ୍ଧା ତିଗିରିଆର ତ୍ରୀନାଥ ମହାପାତ୍ର, ଦୁର୍ଗାପ୍ରସାଦ ସିଂହ ଓ କଟକ ନେତାଜୀ ନଗରର ରତନ ଜେନା ବୋଲି ଜଣାପଡିଛି ।
କଟକ : ବାଲିକୁଦା ନିକଟରେ ଗତକାଲି ରାତିରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ୩ମୃତ ୨ଗୁରୁତର
/kanak/media/post_attachments/wp-content/uploads/2017/10/1-48.jpg)