ପୁରୀକୁ ନଯିବାକୁ ଡିଜିପିଙ୍କ ପରାମର୍ଶ । ଟ୍ୱିଟ୍ କରି କହିଲେ, ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ଥିବାରୁ ଶ୍ରୀକ୍ଷେତ୍ର ନଯିବାକୁ ଅନୁରୋଧ
କନକ ବ୍ୟୁରୋ : ଗୁଣ୍ଡିଚାବାଡିରେ ତିନି ରଥ ଲାଗିଥିବା ବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ଆଉ ଏଥିପାଇଁ ପୁରୀକୁ ଭକ୍ତଙ୍କୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜି । ଏ ନେଇ ଟ୍ୱିଟ କରି ଡିଜିପି କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ଉପରେ କଟକଣା ଲାଗିଛି । ବର୍ତ୍ତମାନ ପୁରୀର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଥିବାରୁ ଶ୍ରୀକ୍ଷେତ୍ର ଭକ୍ତଙ୍କୁ ନଯିବାକୁ ପରାମର୍ଶ ଦେଇଛନ୍ତି ପୁଲିସ ଡିଜିପି ।
Kanak News is now on WhatsApp
Join and get latest news updates delivered to you via WhatsApp
However in view of curfew in part of Puri, all are requested to avoid going to Puri today. It is again reiterated that Darshan of Trinity for devotees is NOT allowed. https://t.co/Eu2doyYkPn
— DGP, Odisha (@DGPOdisha) June 24, 2020
ସେପଟେ ୯ ଦିନିଆ ରଥ ଯାତ୍ରାରେ ବାହାରି ଜଗତ ଠାକୁର ଭାଇ ଭଉଣୀଙ୍କୁ ସାଥୀରେ ଧରି ମାଉସୀ ମା ଘରକୁ ଆସିବା ପରେ ଚଳଚଂଚଳ ହୋଇଉଠିଛି ଜନ୍ମବେଦୀ । ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ଆଜି କରୋନା କଟକଣା ମଧ୍ୟରେ ଚତୁର୍ଦ୍ଧାମୂର୍ତି ରଥରୁ ପହଁଣ୍ଡିରେ ବିଜେ କରିବେ ଜନ୍ମବେଦୀ ବା ଆଡପମଣ୍ଡପକୁ । ଏହାପରେ ହୋଇଥାଏ ଆଡପଦର୍ଶନ । ତେବେ କରୋନା କଟକଣା କାରଣରୁ ଚଳିତ ବର୍ଷ ଆଡପଦର୍ଶନକୁ ବନ୍ଦ ରଖାଯାଇଛି । ଆଜି ସକାଳେ ଏହି ପହଣ୍ଡି କାମ ସାରିବାକୁ ଯୋଜନା ରଖିଛି ପ୍ରଶାସନ । ଅପରାହ୍ନ ୨ଟା ମଧ୍ୟରେ ଏହି ପହଣ୍ଡି ସରିବ । ଏବେ ଜନ୍ମବେଦୀରେ ବିନା ଭକ୍ତରେ ଠାକୁର ୯ ଦିନ ଦର୍ଶନ ଦେବେ । ଆଡପମଣ୍ଡପରେ ସଂଧ୍ୟା ଦର୍ଶନ ପାଇଁ ଭକ୍ତଙ୍କ ଶ୍ରଦ୍ଧା ରହିଥାଏ । ତେବେ କରୋନା କଟକଣା କାରଣରୁ ଏହାକୁ ମଧ୍ୟ ବନ୍ଦ ରଖାଯାଇଛି ।
ଭକ୍ତଙ୍କ ଦର୍ଶନ ଉପରେ କଟକଣା ରହିଥିବାରୁ ଚଳିତ ବର୍ଷ ଆଡପଅଭଡା ପ୍ରସ୍ତୁତି ପରିମାଣ କମ୍ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିଛି । ଚଳିତ ବର୍ଷ କରୋନା କଟକଣା କାରଣରୁ ବିନା ଭକ୍ତରେ ବଡଦାଣ୍ଡରେ ରଥ ଗଡିଛି । ମୁହଁରେ ମାସ୍କ ପିନ୍ଧି ରଥ ଟାଣିଥିଲେ ସେବାୟତ । ଶରଧାବାଲିରେ ଗତକାଲି ସନ୍ଧ୍ୟା ପ୍ରାୟ ୫ଟା ୧୫ ସୁଦ୍ଧା ପହଁଚି ଯାଇଥିଲା ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଜଗନ୍ନାଥଙ୍କ ନନ୍ଦିଘୋଷ । ଏହା ପରେ କଡା ସୁରକ୍ଷା ମଧ୍ୟରେ ତିନି ରଥକୁ ଜଗି ରହିଛନ୍ତି ପୋଲିସ ଫୋର୍ସ । ସେପଟେ ପ୍ରଶାସନର କଟକଣାକୁ ଶତ ପ୍ରତିଶତ ପାଳନ କରିଛନ୍ତି ଭକ୍ତ ଓ ପୁରୀ ବାସୀ । ଅସୀମ ଧୌର୍ଯ୍ୟ ଓ ନିମୟ ପାଳନ ପ୍ରତି ଶ୍ରଦ୍ଧା ଦେଖାଇ ସମସ୍ତେ ଘରେ କବାଟ ପକାଇ ରହିବା ସହ ଟିଭିରେ ଦେଖିଛନ୍ତି ରଥଯାତ୍ରା । ବଡଦାଣ୍ଡରେ ରଥ ଗଡିଛି କିନ୍ତୁ ଖାଁ ଖାଁ ରହିଥିଲା ବଡ ଦାଣ୍ଡ । ଆଜି ସମାନ ଢଙ୍ଗରେ ଆଡପମଣ୍ଡପ ବିଜେ ନୀତି କରାଯିବ ବୋଲି ଯୋଜନା ରଖିଛି ପୁରୀ ପ୍ରଶାସନ ।