କନକ ବ୍ୟୁରୋ : କ୍ୟୁବାରେ ଭୟଙ୍କର ବିମାନ ଦୁର୍ଘଟଣା । ଏଥିରେ ଶତାଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି । କ୍ୟୁବାର ହାଭାନାରେ ଏକ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏୟାରପୋର୍ଟରୁ ଉଡାଣ ଭରିବାର ମାତ୍ର କିଛି ସମୟ ମଧ୍ୟରେ ଏକ ଚାଷଜମି ଉପରେ ବିମାନଟି ଖସିପଡିଥିଲା । ବିମାନରେ ମୋଟ ୧୦୪ ଜଣ ଯାତ୍ରୀ ଓ ଚାଳକ ଦଳ ସହ ୭ ଜଣ ସବାର ଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ ଶୁକ୍ରବାର ଦିନ ପୂର୍ବାହ୍ନ ୧୧ଟାରେ ହାଭାନାରୁ ଉଡ଼ାଣ ଆରମ୍ଭ କରିବାର କିଛି କ୍ଷଣ ପରେ ପୂର୍ବ କ୍ୟୁବାର ହୋଲ୍ଗିନ୍ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା । ଦୁର୍ଘଟଣାରୁ ସୃଷ୍ଟ ନିଅାଁ ଲିଭାଇ ଦିଆଯାଇଛି ଏବଂ କର୍ତ୍ତୃପକ୍ଷମାନେ ଶବ ଚିହ୍ନଟ କରୁଛନ୍ତି । ବିମାନଟି କାହିଁକି ଦୁର୍ଘଟଣାଗ୍ରସ୍ତ ହେଲା ତାହାର ତଦନ୍ତ କରାଯାଉଛି । ଦକ୍ଷିଣ ହାଭାନାର ପ୍ରାୟ ୨୦ କିଲୋମିଟର ବ୍ୟାପ୍ତ ଅଞ୍ଚଳରେ କ୍ଷତିଗ୍ରସ୍ତ ବିମାନର କଳା ପଡ଼ିଯାଇଥିବା ଭଗ୍ନାଂଶ ପଡ଼ିଛି । ଦୁର୍ଘଟନାସ୍ଥଳ ବୟଏରୋସ୍ କୃଷି ଅଞ୍ଚଳ ଅଞ୍ଚଳ ନିକଟରେ ରେସ୍ତୋରାଁ ଚଳାଉଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଆମେ ଗୋଟାଏ ବିସ୍ଫୋରଣ ଶବ୍ଦ ଶୁଣି ଦେଖିଲୁ ପ୍ରକାଣ୍ଡ ଧୂଅାଁ ବଉଦ ଖଣ୍ଡେ ଉପରକୁ ଉଠୁଛି। ଏହା ବ୍ୟତୀତ ଦୁର୍ଘଟନାରୁ ଉଦ୍ଧାର କରି ଚାରିଜଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ବାକି ତିନି ଜଣ ମହିଳା ଅତି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/havana_1526679538_618x347.jpeg)