ସରୁଛି ସମୟ ବଢୁଛି ଭିଡ : ରାଜ୍ୟର ବିଭିନ୍ନ ଆରଟିଓ ଅଫିସ ସାମ୍ନାରେ ଲାଗିଲା ଗହଳି, ଶେଷ ମୁହୂର୍ତ୍ତରେ କାଗଜପତ୍ର ଠିକ୍ କରିବାକୁ ଲୋକଙ୍କ ତତ୍ପରତା 

507

କନକ ବ୍ୟୁରୋ : ଶେଷ ମୁହୂର୍ତ୍ତରେ ଗାଡି କାଗଜପତ୍ର ଠିକ କରାଇନେବା ପାଇଁ ଲୋକଙ୍କ ଭିତରେ ତତ୍ପରତା । ଏଥିପାଇଁ ସାରା ରାଜ୍ୟରେ ଆରଟିଓ ଅଫିସ ଗୁଡିକ ସାମ୍ନାରେ ପ୍ରବଳ ଗହଳି ଲାଗିରହିଛି । ନୂଆ ଟ୍ରାଫିକ ନିୟମ ଲାଗୁ ପାଇଁ ବାକି ରହିଛି ମାତ୍ର ୨୪ ଘଂଟାର ମହଲତ । କାଲିଠୁ ରାଜ୍ୟରେ  କଡାକଡି ହେବ ନୂଆ ସଂଶୋଧିତ ମୋଟର ଯାନ ଆଇନ । ପରିବହନ ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୧ରୁ ଆଉ ନିସ୍ତାର ନାହିଁ । ଗାଡିର କାଗଜ ପତ୍ର ଠିକନଥିଲେ, ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଗଣିବେ ଗାଡି ଚାଳକ ।

ରାଜ୍ୟ ସରକାର ଦେଇଥିବା କଂଟ ଆଜି ସରୁଥିବାରୁ ବିଭିନ୍ନ ସ୍ଥାନରେ ଥିବା ଆରଟିଓ ଅଫିସର ଏହି ଭଳି ଭିଡ ଦେଖିବାକୁ ମିଳିଛି । ଆରସି, ଡିଏଲ ଠାରୁ ଆରମ୍ଭ କରି ଗାଡିର କାଗଜ ପତ୍ର କରିବା ପାଇଁ ଆରଟିଓ ଅଫିସରେ ଧାଡିବାନ୍ଧିଛନ୍ତି ଲୋକେ । ନୂଆ ମୋଟର ଯାନ ଆଇନ ଆସିବା ପରେ କାଗଜପତ୍ର କରିବା ପାଇଁ ରାଜ୍ୟ ସରକାର ଦୁଇଟି ମହଲତରେ ୬ ମାସର ମହଲତ ଦେଇଛନ୍ତି । ଯାହାର ମହଲତ ଆଜି ସରୁଛି । ପ୍ରଥମ ଦଫାରେ ସେପ୍ଟେମ୍ବର ଠାରୁ ନଭେମ୍ବର ଯାଏଁ ନିୟମକୁ କୋହଳ କରାଯାଇଥିଲା । ଏହାପରେ ଡିସେମ୍ବରୁ ଫେବୃୟାରୀ ୨୯ ତାରିଖ ଯାଏଁ ରିହାତି ଦେଇଥିଲେ ରାଜ୍ୟ ସରକାର ।

ତେଣୁ ଆସନ୍ତାକାଲି ଠାରୁ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ପରିବହନ ଓ ପୁଲିସ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି । ୬ ମାସର ମହଲତ ପରେ ଗାଡି ଚାଳକ କେତେ ସଚେତନ ହୋଇଛନ୍ତି ତାହା ଆସନ୍ତାକାଲି ଜଣାପଡିବ ।

ଏବେ ଆସନ୍ତୁ ଜାଣିବା କେଉଁ ନିୟମ ଉଲ୍ଲଙ୍ଘନ ପାଇଁ କେତେ ଟଙ୍କା ଜରିମାନା?

ଗାଡି ଚାଳନା ନିୟମ ଖିଲାପ  ୫ଶହ

ଗାଡିର ଇନସ୍ୟୁରାନ୍ସ ନଥିଲେ  ୨ହଜାର

ନାବାଳକ ଗାଡି ଚଳାଇଲେ ୨୫ ହଜାର

ଚାଳକଙ୍କର ଲାଇସେନ୍ସ ନଥିଲେ ୫ହଜାର

ବାଇକରେ ୨ରୁ ଅଧିକ ବସିଲେ ୧ହଜାର

ହେଲମେଟ ନପିନ୍ଧିଲେ ୧ ହଜାର

ମଦ ପିଇ ଗାଡି ଚାଳନା  ୧୦ ହଜାର ଓ ଗିରଫ

ଦ୍ରୁତଗତିରେ ବାଇକ୍ ଚଳାଇଲେ ୨ହଜାର

ଦ୍ରୁତଗତିରେ ଚାରିଚକିଆ ଚଳାଇଲେ ୪ହଜାର

ବେପରୁଆ ଗାଡି ଚଳାଇଲେ ୫ହଜାର

ଗାଡି ଚଳାଇବାବେଳେ ମୋବାଇଲ ବ୍ୟବହାର  ୫ହଜାର

ଟ୍ରାଫିକ୍ ରେଡ୍ ଲାଇଟ୍ ଡେଇଁଲେ ୫ହଜାର

ରଙ୍ଗରୁଟରେ ଗାଡି ଚଳାଇଲେ ୫ହଜାର

ଦୁର୍ଘଟଣା ଘଟାଇଲେ ୫ହଜାର

ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ୧୦ହଜାର

ଡ୍ରାଇଭର ସିଟ ବେଲ୍ଟ ନବାନ୍ଧିଲେ ୧ହଜାର

ରେଜିଷ୍ଟ୍ରେସନ ନଥାଇ ଗାଡି ଚଳାଇଲେ ୫ହଜାର

ବେଆଇନ ଭାବେ ଓଭରଟେକିଂ ୫ହଜାର

ମାଲଗାଡିରେ ଯାତ୍ରୀ ପରିବହନ ୫ହଜାର

ପରମିଟ୍ ନଥାଇ ଗାଡି ଚଳାଇଲେ ୧୦ହଜାର