ବ୍ରାଜିଲର କାର୍ନିଭାଲରେ ଏକାଠି ହୋଇଥିବା ଭିଡ଼ର ଭିଡିଓକୁ ଅଖିଳେଶ ଯାଦବଙ୍କ ରାଲିର ଭିଡ଼ କହି ଭାଇରାଲ ।

ବୁମ୍  ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏହି ଭିଡିଓ ଅଖିଳେଶ ଯାଦବଙ୍କ ସମାବେଶ ନୁହେଁ ବରଂ ବ୍ରାଜିଲର ଫେଏରା ଦେ ସାଣ୍ଟାନା ସହରରେ ଆୟୋଜିତ ଏକ ମେଳାର ଅଟେ ।

426

Fact checked by : BOOM 
ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ରାଲିରେ ହୋଇଥିବା ଭିଡର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବୁମ୍ ଅନୁସନ୍ଧାନରୁ ଏହା  ଜଣାପଡିଛି ଯେ ଏହି ଭିଡିଓ ଅଖିଳେଶ ଯାଦବଙ୍କ ସମାବେଶ ନୁହେଁ ବରଂ ବ୍ରାଜିଲର ବାହିଆର ଫେରା ଦେ ସାଣ୍ଟାନା ସହରରେ ଆୟୋଜିତ ଏକ ମେଳାର ଅଟେ ।

ସୂଚନାଯୋଗ୍ୟ ଯେ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆଜାମଗଡରେ ମେ ୨୫ ରେ ମତଦାନ ହୋଇଥିଲା । ଏହି ଆସନରୁ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ହେଉଛନ୍ତି ଦୀନେଶ ଲାଲ ଯାଦବ ଏବଂ ସମାଜବାଦୀ ପାର୍ଟି (ଏସପି) ପ୍ରାର୍ଥୀ ଧର୍ମେନ୍ଦ୍ର ଯାଦବ ଅଛନ୍ତି ।ସୋସିଆଲ ମିଡିଆରେ କିଛି ଲୋକ କହୁଛନ୍ତି ଯେ ଏହି ଭିଡିଓ ଅଖିଳେଶ ଯାଦବଙ୍କ ସମାବେଶର ହୋଇଥିବାବେଳେ କିଛି ଉପଭୋକ୍ତା ଏହାକୁ କରାକଟ ଲୋକସଭା ଆସନରୁ ସ୍ବାଧୀନ ପ୍ରାର୍ଥୀ ପୱନ ସିଂଙ୍କ ରାଲିର ଭିଡିଓ ବୋଲି ଦାବି କରୁଛନ୍ତି।

ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିବାବେଳେ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ସମ୍ମାନିତ ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଭାଇ, ଆଜମଗଡବାସୀଙ୍କ ଅତୁଟ ପ୍ରେମ ଏବଂ ବିଶ୍ୱାସରେ ଇଣ୍ଡି ମେଣ୍ଟ ଜିତିବାକୁ ଯାଉଛି ।

ୟୁଟ୍ୟୁବରେ ଭିଡିଓ ସେୟାର କରିବାବେଳେ ଜଣେ ଉପଭୋକ୍ତା ଏହାକୁ ପୱନ ସିଂଙ୍କ ରାଲି ବୋଲି ବର୍ଣ୍ଣନା କରିଛନ୍ତି।

ଫ୍ୟାକ୍ଟ ଚେକ୍

ଭିଡିଓର କୀ ଫ୍ରେମ୍ ର ରିଭର୍ସ ଇମେଜ ଖୋଜି ଆମେ ବ୍ରାଜିଲର ଗାୟକ ବେଲ ମାର୍କସଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ୧୯ ଏପ୍ରିଲ ୨୦୨୪  ରେ ପୋଷ୍ଟ ହୋଇଥିବା ସମାନ ଭିଡିଓ ପାଇଲୁ । ଭିଡିଓର କ୍ୟାପସନରେ, ପର୍ତ୍ତୁଗୀଜ୍ ଭାଷାରେ ଏହାକୁ ବ୍ରାଜିଲର ବାହିଆରେ ‘ମାଇକେରେଟା ଦେ ଫିରା ଦେ ସାଣ୍ଟାନା’ ନାମକ ଏକ ଇଭେଣ୍ଟ ଭାବରେ ବର୍ଣ୍ଣନା କରାଯାଇଥିଲା ।

 

 

View this post on Instagram

 

A post shared by Bell Marques (@bellmarques)

ଏଠାରୁ ଏକ ସୂଚନା ନେଇ ଆମେ ‘ମାଇକେରେଟା ଦେ ଫିରା ଦେ ସାଣ୍ଟାନା’ ବିଷୟରେ ଅଧିକ ଖୋଜିବା ଆରମ୍ଭ କଲୁ । କୀୱାର୍ଡ ସାହାଯ୍ୟରେ, ଆମେ ମାଇକାରେଟା ଡି ଫେୟାର ୱେବସାଇଟ ରେ ଏକ ରିପୋର୍ଟ ପାଇଲୁ । ଏହି ରିପୋର୍ଟରେ ଭାଇରାଲ୍ ଭିଡିଓ ସହିତ ମେଳ ଖାଉଥିବା ଚିତ୍ର ଥିଲା ।

ପର୍ତ୍ତୁଗୀଜ୍ ଭାଷାର ଏହି ରିପୋର୍ଟରେ କୁହାଯାଇଥିଲା ଯେ, ମିକେରେଟା ଦେ ଫିରା-୨୦୨୪ ଉତ୍ସବର ଆୟୋଜନ ୧୭ ଏପ୍ରିଲରୁ ଆରମ୍ଭ ହୋଇ ୨୨ ଏପ୍ରିଲରେ ଶେଷ ହୋଇଥିଲା । ଏହି ମେଳାରେ ପ୍ରାୟ ୨ ନିୟୁତ ଲୋକ ଏ ଭାଗ ନେଇଥିଲେ ।

ଏହି ୱେବସାଇଟ୍ ଅନୁଯାୟୀ, ‘ମିକେରେଟା ଦେ ଫିରା’ ବ୍ରାଜିଲର ପ୍ରଥମ ଏବଂ ସର୍ବ ବୃହତ ଅଫ୍ ସିଜନ୍ କାର୍ନିଭାଲ୍(ମେଳା) । ୧୯୩୭ ମସିହାରେ ମନେକା ଫେରେରାଙ୍କ ନେତୃତ୍ୱରେ କିଛି ଯୁବକମାନଙ୍କ ଦ୍ୱାରା ଏହା ଆରମ୍ଭ ହୋଇଥିଲା ।
https://www.instagram.com/reel/C57Z94iO9f_/?utm_source=ig_web_copy_link&igsh=MzRlODBiNWFlZA==

ଏହା ବ୍ୟତୀତ, ଆମେ ଏହି ସମାନ ଭିଡିଓକୁ ମାଇକେରେଟା ଡି ଫେୟାରର ଅଫିସିଆଲ୍ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପାଇଲୁ । ଯେଉଁଥିରୁ ଏହା ସ୍ପଷ୍ଟ ଯେ ବ୍ରାଜିଲର ବାହିଆରେ ଆୟୋଜିତ କାର୍ନିଭାଲର ଭିଡିଓ ଅଖିଳେଶ ଯାଦବଙ୍କ ରାଲି ଏବଂ ପୱନ ସିଂଙ୍କ ରାଲିର ଦାବି କରାଯାଇ ସେୟାର କରାଯାଉଛି ।
ସୌଜନ୍ଯ  : BOOM 

Fact checked by : BOOM 
Translated and republished by : KanakNews
Part of : Shakti Collective