ଚାଷ ଜମିରେ ଗଢ଼ି ଉଠୁଛି କଙ୍କ୍ରିଟ ସହର : ୧୫ ବର୍ଷରେ ୮୮ ପ୍ରତିଶତ କମିଛି ଚାଷ ଜମି

119

କନକ ବ୍ୟୁରୋ : ଭୁବନେଶ୍ୱରରେ କମୁଛି ଚାଷଜମି । ବଢୁଛି ସହରୀକରଣ । ଯଦି ବିଗତ ୧୫ବର୍ଷର ହିସାବ ଦେଖାଯାଏ ତେବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ପ୍ରାୟ ୮୩ ପ୍ରତିଶତ ସହରୀକରଣ ବୃଦ୍ଧି ହୋଇଛି । ଆଇଆଇଟି ଭୁବନେଶ୍ୱର ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ ୨୦୦୦ରୁ ୨୦୧୪ ମଧ୍ୟରେ ଚାଷଜମି ୮୨.୬୯ ପ୍ରତିଶତ କମିଛି ।

୨୦୦୦ରୁ ୨୦୧୪ ମଧ୍ୟରେ ଆଇଆଇଟି ଭୁବନେଶ୍ୱର ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ ଚାଷଜମୀ ୮୨.୬୯ ପ୍ରତିଶତ କମିଛି । ୨୦୦୦ ମସିହାରେ ଭୁବନେଶ୍ୱର ଓ ଆଖପାଖ ଅଂଚଳକୁ ମିଶାଇ ନିଆଯାଇଥିବା ଏକ ନିର୍ଦ୍ଧିଷ୍ଟ ଅଂଚଳରେ ୪୩.୧୦ ସ୍କୋୟାର କିଲୋମିଟର ଚାଷଜମି ଥିଲାବେଳେ ୨୦୧୪ରେ ଏହା କମି ୭.୪୬ ସ୍କୋୟାର କିଲୋମିଟରରେ ପହଂଚିଛି ।

ଅନୁରୂପ ଭାବେ ସହରୀକରଣ ମଧ୍ୟ ତା’ସହ ତାଳ ଦେଇ ବୃଦ୍ଧି ପାଇଛି । ୨୦୦୦ରେ ଏହି ଅଂଚଳରେ ୩୮.୭୦ ସ୍କୋୟାର କିଲୋମିଟର ସହର ଥିବାବେଳେ, ୨୦୧୪ରେ ଏହା ବୃଦ୍ଧି ପାଇ ୭୦.୮୬ ସ୍କୋୟାର କିଲୋମିଟରରେ ପହଞ୍ଚିଛି । ଭୁବନେଶ୍ୱର ଏବଂ ତା’ଆଖପାଖ ଅଂଚଳରେ ୧୫ ବର୍ଷରେ ପ୍ରାୟ ୮୩ ପ୍ରତିଶତ ସହରୀକରଣ ବୃଦ୍ଧି ହୋଇଛି ।