କେନ୍ଦ୍ରାପଡା ରାଜନଗର ଅଭାବନୀୟ ଘଟଣା ! ନଦୀରେ ଗୋଧୋଇବା ବେଳେ ୧୪ ବର୍ଷର ବାଳକକୁ ଟାଣିନେଲା କୁମ୍ଭୀର

42

କନକ ବ୍ୟୁରୋ : ମଝି ନଈକୁ ଟାଣିନେଲା କୁମ୍ଭୀର । କେନ୍ଦ୍ରପଡା ରାଜନଗରରୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ନଈରେ ଗାଧୋଉଥିବା ବେଳେ ୧୪ ବର୍ଷର ବାଳକକୁ କୁମ୍ଭୀର ଟାଣିନେଇଛି । ଡିଆପାରୀ ଗାଁର ବିଚିତ୍ର ସେଠୀଙ୍କ ପୁଅ ଶ୍ରୀକାନ୍ତ ସେଠୀ ନଈରେ ଗାଧୋଉଥିଲେ । ଏତିକିବେଳେ ହଠାତ ଏକ କୁମ୍ଭୀର ଝାମ୍ପ ମାରି ମଝି ନଈକୁ ପ୍ରକାଶଙ୍କୁ ଟାଣିନେଇଛି । ଗ୍ରାମବାସୀଙ୍କ ସହଯୋଗରେ ଅଗ୍ନିଶମ ଓ ବନବିଭାଗ ପକ୍ଷରୁ ଖୋଜାଖୋଜି ଚାଲିଛି । କୁମ୍ଭୀର ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ରାଜନଗରବାସୀ ।

ସୂଚନାଯୋଗ୍ୟ ଆଜି ସକାଳେ ନଦୀରେ ଗାଧୋଉଥିବା ବେଳେ ଜଣେ ୧୪ ବର୍ଷୀୟ ବାଳକଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣି ନେଇଛି । ଖବର ପାଇ ଅଗ୍ନିଶମ ବିଭାଗ, ବନ ବିଭାଗର କର୍ମଚାରୀମାନେ ନଦୀକୂଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ କୁମ୍ଭର ଟାଣି ନେଇଥିବା ବାଳକଙ୍କୁ ଠାବ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ନଦୀକୁଳରେ ଥିବା ଲୋକେ କୁମ୍ଭୀର ଠାରୁ ଶ୍ରୀକାନ୍ତଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ପାରି ନ ଥିଲେ । ଶ୍ରୀକାନ୍ତଙ୍କ ମାଆ ଓ ପରିବାର ଲୋକଙ୍କ ବୁକୁଫଟା କାନ୍ଦରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇଉଠିଛି । ତେବେ ବନବିଭାଗ ନଦୀର ଗାଧୁଆ ତୁଠରେ ସୁରକ୍ଷା ବାଡ଼ ଦେଉ ନ ଥିବାରୁ ଲୋକେ କୁମ୍ଭୀରମାନଙ୍କ ଶିକାର ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି ।