କନକ ବ୍ୟୁରୋ : ସମ୍ବଲପୁରରେ ଏନକାଉଣ୍ଟର । ଆଜି ଭୋର ସମୟରେ ସିଟିଷ୍ଟେସନ ନିକଟରେ ଫୁଟିଛି ଗୁଳି । ପୋଲିସ ଗୁଳିରେ ଆହତ ହୋଇ ଧରାପଡିଛି କୁଖ୍ୟାତ ଅପରାଧୀ ବିଟୁ ଓରଫ ମୌସମ୍ ଅଖତର । ବିଟୁର ଡାହାଣ ଗୋଡରେ ବାଜିଛି ଗୁଳି । ତା ନିକଟରୁ ଗୋଟିଏ ପିସ୍ତଲ, ଜୀବନ୍ତ ଗୁଳି, ୪ ହଜାର ଟଙ୍କା ଜବତ କରିଛି ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ ଧନୁପାଲି ପୋଲିସ ଓ ସ୍ପେଶାଲ ସ୍କ୍ୱାର୍ଡ, ସିଟି ଷ୍ଟେସନ ନିକଟରେ ବିଟୁକୁ ଘେରିଥିଲେ ।
ପୋଲିସକୁ ଦେଖି ବିଟୁ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିବା ବେଳେ ପୋଲିସ ତାକୁ ଏନକାଉଣ୍ଟର କରିଥିଲା । ଏହି ସମୟରେ ବିଟୁର ଆଉ ଜଣେ ସହ ଯୋଗୀ ଫେରାର ହୋଇଯାଇଥିବା ସୂଚନା ମିଳିଛି । ତାକୁ ଧରିବା ନିମନ୍ତେ ପୁଲିସ ଉଦ୍ୟମ ଚାଲୁ ରଖିଛି। ଚିକିତ୍ସା ନିମନ୍ତେ ଆହତ ବିଟ୍ଟୁକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିଟ୍ଟୁ ନାମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୫ରୁ ଅଧିକ ମାମଲା ରହିଛି । ଏହି ଏନ୍କାଉଣ୍ଟର୍ ସମୟରେ ସାମାନ୍ୟ ଆହତ ହୋଇଥିବା ଜଣେ ଏଏସଆଇ ମଧ୍ୟ ସେଠାରେ ଚିକିତ୍ସିତ ହୋଇଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/6-1.png)
/kanak/media/post_attachments/wp-content/uploads/2019/09/bittu-750x430-300x172.jpg)