ସୁବର୍ଣ୍ଣପୁର ବୀରମହାରାଜପୁରରେ ଲଜ୍ଜା: ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ

ସୁବର୍ଣ୍ଣପୁର ବୀରମହାରାଜପୁର ଥାନା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି । ଅଭିଯୋଗ ପରେ ପୁଲିସର ତଦନ୍ତ ଆରମ୍ଭ କରିଛି । ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ ।

22

Rape Photograph: (KanakNews)

କନକ ବ୍ୟୁରୋ: ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁର ବୀରମହାରାଜପୁର ଥାନା ଅଞ୍ଚଳରୁ ଏଭଳି ଏକ ଅଭିଯୋଗ ଆସିଛି । ଅଭିଯୋଗ ପରେ ପୁଲିସର ତଦନ୍ତ ଆରମ୍ଭ କରିଛି । ଦୁଇ ଜଣକୁ ଅଟକ ରଖି ପଚରା ଉଚରା କରୁଛି ପୁଲିସ । ଯୁବତୀ ଜଣଙ୍କ ଏକ ସୋରୁମ୍‌ରେ କାମ କରନ୍ତି ।

ଆଜିଠୁ ମିଶନ୍ ଅଲିଭ ରିଡ୍‌ଲେ : ୭ ମାସ ପାଇଁ ପାରାଦୀପ ସମୁଦ୍ର ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଲାଗିଲା କଟକଣା

କାମ ସାରି ଘରକୁ ଫେରୁଥିବା ବେଳେ ବାଟରେ ତିନି ଜଣ ଯୁବକ ଅଟକାଇଥିଲେ । ମୁହଁରେ ସ୍ପ୍ରେ କରି ଜୋର୍ ଜବରଦସ୍ତି ଟେକି ନେଇଥିଲେ। ନିକଟରେ ଥିବା ଆଇଟିଆଇ କଲେଜ ପଛପଟେ ଗଣ ଦୁଷ୍କର୍ମ କରି ଅଚେତ୍‌ ଅବସ୍ଥାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବାବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୁଲିସ ତନାଘନା କରି ଦୁଇ ଜଣକୁ ପଚରା ଉଚରା କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe