କନକ ବ୍ୟୁରୋ: ନୂଆପଡ଼ା ଉପନିର୍ବାଚନ ଭୋଟ୍ ପୂର୍ବରୁ ବିଜେଡି ପାଇଁ ବଢ଼ିଲା ଟେନସନ୍ । କାରଣ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ୍ ବବି ଦାସ ଏବଂ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ କୋମନା ଥାନାରେ ଲିଖତ ଅଭିଯୋଗ ହୋଇଛି । ଜଣେ ବିଜେପି ସମର୍ଥକଙ୍କୁ ବିଜେଡି ନେତାମାନେ ଆକ୍ରମଣ ସାଙ୍ଗକୁ ହତ୍ୟା ଧମକ ନେଇ ଥାନାରେ ଲିଖତ ଏତଲା ଦେଇଛନ୍ତି ଅଭିଯୋଗକାରୀ । ଏନେଇ ଭାରତୀୟ ନ୍ୟାୟ ସହିଂତା ଅନୁଯାୟୀ ଧାରା ୨୯୬, ୩୫୧(୨), (୩), (୫), ୧୨୬(୨), ୧୧୫(୨) ରେ ମାମଲା ରୁଜୁ ହୋଇଥିବା ପୁଲିସ ସୂଚନା ଦେଇଛି ।

Advertisment

ଶିଳ୍ପ ନଗରୀରେ ସାଙ୍ଘାତିକ ସ୍ଥିତି : ଡ୍ୟାମରେ ଭାସୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ମଲା ମାଛ

ଅଭିଯୋଗକାରୀ ଜିତୁଙ୍କୁ ଏତଲା ମୁତାବକ, କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଜିତୁଙ୍କୁ ଡାକିଥିଲେ ବିଜେଡି ନେତାମାନେ । ସେଠି ବିଜେଡି ନେତା ବବି ଦାସ ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଗରୁ ବିଜେଡିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି କହି ଜିତୁଙ୍କ ସାର୍ଟ କଲର ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଜିତୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ବବି ଦାସ ଧମକ ଦେଇଥିବା ଅଭିଯୋଗ ହୋଇଛି । 

ଅନ୍ୟପକ୍ଷେ ନିର୍ବାଚନ ମାହୋଲ ଭିତରେ ଘଟଣାର ତଦନ୍ତ ଚାଲିଛି । ଏବଂ ଏହି ଘଟଣାରେ ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ନେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବଡ଼କଥା ହେଉଛି ବିଜେଡି ନେତାଙ୍କ ନାଁରେ ହୋଇଥିବା ମାମଲା ଯଦି ସତ ହୁଏ ତେବେ ଏହା ନୂଆପଡ଼ା ନିର୍ବାଚନରେ ବିଜେଡି ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ ।