କନକ ବ୍ୟୁରୋ: କୁଖ୍ୟାତ ମାଓ ନେତା ହିଡମା ଓରଫ ହିଡମାଲୁ ଓରଫ ମାଡଭି ହିଡମା ଓରଫ ସନ୍ତୋଷ । ଛତିଶଗଡ ଦକ୍ଷିଣ ବସ୍ତର ସମେତ ଆନ୍ଧ୍ର, ତେଲେଙ୍ଗାନା ଓ ମହାରାଷ୍ଟ୍ର ସୀମାରେ ଲାଲ ଆତଙ୍କ ଖେଳାଉ ଥିବା ହିଡମା ଓ ତାଙ୍କ ସାଥୀ ଧରାଶାୟୀ ହୋଇଛନ୍ତି । ଆନ୍ଧ୍ରର ମାରେଡମଲ୍ଲୀ ଜଙ୍ଗଲରେ ଆଜି ବଡି ଭୋରରୁ ଆନ୍ଧ୍ର ଗ୍ରେହାଉଣ୍ଡ ସହ ମୁହାଁମୁହିଁ ହୋଇ ଥିଲା ହିଡମାଙ୍କ ଟିମ । ଆଉ ଦୀର୍ଘ ଏକ ଘଣ୍ଟାର ଗୁଳି ବିନିମୟ ପରେ ହିଡମା ଓରଫ ହିଡମାଲୁ ଏବଂ ତାଙ୍କ ପତ୍ନୀ ମାଡଗମ ରାଜେ ଓରଫ ରାଜକ୍କାଙ୍କ ସମେତ ୬ ମାଓବାଦୀ ଟଳି ପଡିଛନ୍ତି ।  ଏନକାଉଣ୍ଟରରେ ହିଡ଼ମା, ପତ୍ନୀ ରାଜେ, ସହଯୋଗୀ ଲକମଲ, କମଲୁ, ମାଲ୍ଲାଙ୍କ ସମେତ ଅଙ୍ଗରକ୍ଷୀ ଦେବ ପ୍ରାଣ ହରାଇଛନ୍ତି । ଏଥିସହ ୨ଟି ଏକେ-୪୭ ବନ୍ଧୁକ ଓ ପିସ୍ତଲ ଜବତ ହୋଇଛି । 

Advertisment

ବାଂଲାଦେଶୀ ଚିହ୍ନଟ ପାଇଁ ଆକ୍ସନ ମୋଡ୍‌ରେ ପ୍ରଶାସନ; ପରିଚୟପତ୍ର ଓ ଆଧାର କାର୍ଡର ଚାଲିଛି ଯାଞ୍ଚ

ଯବାନଙ୍କ ଜାଲରେ ଫସିଲେ ହିଡ଼ମା 
ମାଓ ସଙ୍ଗଠନରେ ସର୍ବକନିଷ୍ଠ କେନ୍ଦ୍ରୀୟ କମିଟି ସଦସ୍ୟ ହେଉଛନ୍ତି ହିଡମା । ୧୬ ବର୍ଷ ବୟସରେ ଲାଲ ସଙ୍ଗଠନରେ ସେ  ଯୋଗ ଦେଇ ଥିଲେ ।  ପ୍ରାୟ  ୩୦ ବର୍ଷର କାର୍ଯ୍ୟକାଳରେ  ଶହେରୁ ଅଧିକ ଆକ୍ରମଣରେ ସାମିଲ ଥିବା ବେଳେ ୨୭ଟି ବଡ଼ ବଡ଼ ଆକ୍ରମଣ କରି ୨ଶହରୁ ଅଧିକ ଯବାନଙ୍କୁ ହତ୍ୟା କରିଥିବା ଅଭିଯୋଗ ରହିଛି ହିଡମା ନାଁରେ । 
୨୦୧୦- ଚିନ୍ତଲନାରରେ ୭୬ ସିଆର୍‌ପିଏଫ୍‌ ଯବାନଙ୍କ ନରସଂହାର
୨୦୧୩-ଦରଭା ଘାଟିରେ ୨୭ କଂଗ୍ରେସ ନେତାଙ୍କୁ ହତ୍ୟା 
୨୦୧୭- ବୁର୍କାପାଲ ଆକ୍ରମଣରେ ୨୬ ସିଆର୍‌ପିଏଫ୍‌ ଯବାନଙ୍କୁ ହତ୍ୟା
ଶେଷରେ ନିହତ ହୋଇଛି କୁଖ୍ୟାତ ମାଓ ନେତା ହିଡମା