କନକ ବ୍ୟୁରୋ : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼ । ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୁଲିସ। ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କି ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ବ୍ରହ୍ମପୁରର ଜଣେ ଛାତ୍ରନେତାଙ୍କୁ ଦିଲ୍ଲୀରୁ ବାନ୍ଧିଛି ପୁଲିସ । ସମ୍ପୃକ୍ତ ଛାତ୍ରନେତାଙ୍କ ମୋବାଇଲ ଓ ସିମ୍‌ ବି ଜବତ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କିଛି ଦାମୀ ଗାଡ଼ି ଓ ବାଇକ ବି ପୁଲିସ ହାତରେ ଲାଗିଥିବା ସୂଚନା ମିଳିଛି । ସୁପାରି କିଲର, ରେକି ଟିମ ମେମ୍ବର, ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ବ୍ରହ୍ମପୁରର କିଛି ଯୁବକଙ୍କୁ ବି ପୁଲିସ ଉଠାଇ ନେଇଛି । ସହରର ଜଣେ ଜଣାଶୁଣା ମଦ ବ୍ୟବସାୟୀ ବି ୨ ଦିନ ହେଲା ପୁଲିସ କବଜାରେ ।  ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାରରୁ ୮ଜଣଙ୍କୁ ପୁଲିସ ଧରିଥିଲା ବେଳେ ବ୍ରହ୍ମପୁରରୁ ୩ ଜଣଙ୍କୁ ନେଇ ପଚରାଉଚରା କରୁଛି । ମୁହାଁମୁହିଁ ଜେରା ପରେ ଅନେକ କିଛି କଥା ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି ।

Advertisment

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ଦୁଷ୍କର୍ମ ପରେ କେହି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର

କର୍ପୋରେଟର, ଛାତ୍ରନେତାଙ୍କୁ ଉଠାଇଲା ପୁଲିସ  
- ଦିଲ୍ଲୀରୁ ବନ୍ଧା ହେଲେ ପୂର୍ବତନ ଛାତ୍ରନେତା 
- ଜଣାଶୁଣା ମଦ ବ୍ୟବସାୟୀ ବି ପୁଲିସ କବଜାରେ
- ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶରୁ ୮ ଧରାହେଲେ 
- ସୁପାରିକିଲର, ରେକି ଟିମ ସଦସ୍ୟ ଅଟକ 
- ହତ୍ୟାକାରୀଙ୍କୁ ସାହାଯ୍ୟ କରିଥିବା ଯୁବକଙ୍କୁ ଜେରା 
- ପୁଲିସ ହେପାଜତରେ ହତ୍ୟାକାଣ୍ଡରେ ବ୍ୟବହୃତ ଗାଡ଼ି 
- ଦାମୀ ଗାଡ଼ି, ବାଇକ ଜବତ କରିଛି ପୁଲିସ 
- କିଛି ମୋବାଇଲ, ପୁରୁଣା ସିମକାର୍ଡ ବି ଜବତ 
- ମୁହାଁମୁହିଁ ଜେରା ପରେ ସାମ୍ନାକୁ ଆସିବ ସତ