Ganja Photograph: (KanakNews)
କନକ ବ୍ୟୁରୋ: ଗଞ୍ଜେଇ ଚାଲାଣର ନୁଆ ତରିକା । ତେଲେଗୁ ସିନେମା ଘାଟି ଷ୍ଟାଇଲରେ ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ତରଳ ଗଞ୍ଜେଇ ପ୍ରସ୍ତୁତ କରି ମୋଟର ସାଇକଲ ଯୋଗେ କୋଟି କୋଟି ଟଙ୍କାର ଗଞ୍ଜେଇ ଚାଲାଣ କରୁଛନ୍ତି ମାଫିଆ । ଗଞ୍ଜେଇକୁ ପ୍ରକ୍ରିୟାକରଣ କରି ତରଳ ଗଞ୍ଜେଇ ବା ଲିକ୍ୟୁଡ୍ ଗଞ୍ଜେଇ ବା ହାଶିଶ ଅଏଲ ପ୍ରସ୍ତୁତ କରାଯାଏ । ପୁଲିସକୁ ଅତିସହଜରେ ଚକମା ଦେଇ ମୋଟର ସାଇକଲରେ ଚାଲିଯାଇଥାନ୍ତି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ଏମିତି ତରଳ ଗଞ୍ଜେଇ ପ୍ରସ୍ତୁତ କରି ଆନ୍ଧ୍ରକୁ ଚୋରାଚାଲାଣ ବେଳେ ମାଡି ବସିଲା ଚିତ୍ରକୋଣ୍ଡା ପୁଲିସ । ପୁଲିସକୁ ଦେଖି ମାଫିଆମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଦଉଡ଼ି ପଳାଇଥିବା ବେଳେ ଘଟଣାସ୍ଥଳରୁ ପ୍ରାୟ ୬୦ କିଲୋଗ୍ରାମ ତରଳ ଗଞ୍ଜଇକୁ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୮ କୋଟି ହେବ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସପି ବିନୋଦ ପାଟିଲ ।
କଟକ ଜିଲ୍ଲା ବଡ଼ମ୍ବାରେ ଦୁଃଖଦ ଘଟଣା: ପାଇଖାନା ଟାଙ୍କିରେ ପଡ଼ି ୩ ଶିଶୁଙ୍କ ମୃତ୍ୟୁ
କ'ଣ ଏହି ତରଳ ଗଞ୍ଜେଇ, କେମିତି ହୁଏ ପ୍ରସ୍ତୁତ?
-ପ୍ରାୟ ୩୦ରୁ ୪୦ କେଜି ଗଞ୍ଜେଇକୁ ପ୍ରକ୍ରିୟାକରଣ କଲେ ଗୋଟିଏ କେଜି ତରଳ ଗଞ୍ଜେଇ ପ୍ରସ୍ତୁତ ହୁଏ
-  ଉଚ୍ଚମାନର ଗଞ୍ଜେଇକୁ ପ୍ରଥମେ ସିଝାଯାଏ, ସ୍ୱତନ୍ତ୍ର ମେସିନ୍ ସାହାଯ୍ୟରେ ଚାପି ତେଲ ବାହାର କରାଯାଏ
- ଗଞ୍ଜେଇର ସରକାରୀ ମୂଲ୍ୟ କେଜି ପ୍ରତି ୧୦ ହଜାର
- ଗଞ୍ଜେଇ ତେଲର ସରକାରୀ ମୂଲ୍ୟ ଏକ ଲକ୍ଷ ୨୫ ହଜାର ଟଙ୍କା, ବଜାର ମୂଲ୍ୟ ଢେର ଅଧିକ
- ସହଜରେ ପରିବହନ ଲାଗି ତରଳ ଗଞ୍ଜେଇ ପ୍ରସ୍ତୁତ କରାଯାଏ
- ସାଧାରଣ ଗଞ୍ଜେଇ ଅପେକ୍ଷା ତରଳ ଗଞ୍ଜେଇର ଚାହିଦା ଅଧିକ
  
 Follow Us