କନକ ବ୍ୟୁରୋ : ବଲାଙ୍ଗୀର ଶିଶୁ ବିକ୍ରି ଘଟଣା । ପୋଲିସ ଓ ଶିଶୁ ମଙ୍ଗଳ ସମିତି ଟିଟିଲାଗଡ଼ରୁ ଉଦ୍ଧାର କରିଛି ନବଜାତ ଶିଶୁ ପୁତ୍ର । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଅଭିଯୋଗ ପରେ ଶିଶୁ ମଙ୍ଗଳ ଅଧିକାରୀ ଓ ପୋଲିସ ଦ୍ୱାରା ଟିଟିଲାଗଡ଼ରୁ ଉଦ୍ଧାର ହୋଇଛି ଶିଶୁ ।
ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ ରହୁଥିବା ଜଣେ ମହିଳା ଗତ ୬ ତାରିଖରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ୮ ତାରିଖରେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ଶିଶୁ ପୁତ୍ରକୁ ଟିଟିଲାଗଡ଼ର ଜଣେ ମହିଳା ମଧ୍ୟସ୍ଥି ସମ୍ପୃକ୍ତ ନବଜାତ ଶିଶୁକୁ ସେଠାରୁ ନେଇ ଯାଇଥିବା ଅଭିଯୋଗ ହୋଇଥିଲା । ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିଲା । ଏହା ପରେ ଏଡିଏମ୍ ପବିତ୍ର ବେହେରା ମାଲପଡାରେ ପହଞ୍ଚି ତଦନ୍ତ ଆରମ୍ଭ କଲା ପରେ ନବଜାତକୁ ଟିଟିଲାଗଡ଼ରୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ ସମିତିକୁ ହସ୍ତାନ୍ତର କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/10/8fg2PYuFSMCN3QF65uT9.jpg)