ଏସ୍‌ଆଇ ଚାକିରି କେଳେଙ୍କାରୀ: ସିବିଆଇ ତଦନ୍ତ ଆରମ୍ଭ

ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦିଆଯାଇଛି ତଦନ୍ତ ଭାର । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗଠନ ହେଲା ସ୍ବତନ୍ତ୍ର ଟିମ୍ । ୩ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ଏଥିରେ ସାମିଲ ହେବେ ।

31

SI Kelankari: CBI investigation begins Photograph: (KanakNews)

କନକ ବ୍ୟୁରୋ: ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା । ବିଜ୍ଞପ୍ତି ପ୍ରକାଶ ପରେ ମାମଲା ରୁଜୁ କରିଛି ସିବିଆଇ । ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ ଗଠନ ହେଲା । ଟିମରେ ଅଛନ୍ତି ୧୨ରୁ ଅଧିକ ସିବିଆଇ ଅଧିକାରୀ । ଜଣେ ଅତିରିକ୍ତ ଏସ୍‌ପିଙ୍କୁ ଦିଆଯାଇଛି ତଦନ୍ତ ଭାର । ଅତିରିକ୍ତ ଏସପିଙ୍କ ନେତୃତ୍ବରେ ଗଠନ ହେଲା ସ୍ବତନ୍ତ୍ର ଟିମ୍ । ୩ ଜଣ ଡିଏସପି, ୪ ଜଣ ଇନ୍‌ସପେକ୍ଟର ଏଥିରେ ସାମିଲ ହେବେ । କ୍ରାଇମବ୍ରାଞ୍ଚକୁ ମାମଲାର ସବୁ ଦସ୍ତାବିଜ୍ ମାଗିଲା ସିବିଆଇ । ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଥିଲେ । ଘଟଣାର ମାଷ୍ଟରମାଇଣ୍ଡ, ଶଙ୍କର ପୃଷ୍ଟି କାର କେୟାରଟେକର ଓ ସୁରେଶ ନାୟକଙ୍କୁ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ । 

ଏଏସଓ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ: ଡିସେମ୍ୱର ୭ ତାରିଖରେ ହେବ ସାନି ପରୀକ୍ଷା

ସେପଟେ ଶଙ୍କର ପୃଷ୍ଟି, ସୁରେଶ ନାୟକ, ବିଶ୍ବରଞ୍ଜନ ବେହେରା, ଅରବିନ୍ଦ ଦାସ, ତଫିସ୍ ଅହମ୍ମଦଙ୍କ ସମେତ ୨ ଆଶାୟୀ ଶେଖର ସାହୁ, ପ୍ରକାଶ ସାହୁଙ୍କ ଜାମିନ୍ ଆବେଦନ ନେଇ ଆଜି ଶୁଣାଣି ହେବ । ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍‌ଙ୍କ କୋର୍ଟରେ ଜାମିନ୍ ନେଇ ଶୁାଣାଣି କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe