କନକ ବ୍ୟୁରୋ : ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ । ହାଇକୋର୍ଟ ଏଏସଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଉଚ୍ଚନ୍ୟାୟାଳୟ । ଡିସେମ୍ୱର ୭ରେ ହେନ ସାନି ମୁଖ୍ୟ ଲିଖିତ ପରୀକ୍ଷା । ଏଏସଓ ପ୍ରିଲିମିନାରି ପରୀକ୍ଷାରେ ଯୋଗ୍ୟତା ହାସଲ କରିଥିବା ୭ହଜାର ୧୧୩ ପ୍ରାର୍ଥୀ ଡିସେମ୍ବର ୭ରେ ନୂଆକରି ମୁଖ୍ୟ ଲିଖିତ ପରୀକ୍ଷା ଦେବେ । ଏନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
କଟକ ବାଲିଯାତ୍ରାରେ ଟଳିଗଲା ବଡ଼ ଅଘଟଣ: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୭୦ ଫୁଟ ଉଚ୍ଚରେ ଅଟକି ଗଲା ଦୋଳି
ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ଜୁଲାଇ ୧୩ରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାର ସ୍ବଚ୍ଛତାକୁ ନେଇ ଗୁରୁତର ସନ୍ଦେହ ପ୍ରକାଶ ପାଇଛି । ପରୀକ୍ଷା ପ୍ରକ୍ରିୟାରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଜୁଲାଇ ୧୩ରେ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରିଛନ୍ତି ହାଇକୋର୍ଟ । ଏବେ ଡିସେମ୍ବର ୭ରେ ସାନି ଲିଖିତ ମୁଖ୍ୟ ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଇ-ଆଡମିଟ୍ କାର୍ଡ ନଭେମ୍ବର ୧୭ରୁ ଡିସେମ୍ବର ୫ ତାରିଖ ଭିତରେ ଦିନ ୧୦ଟାରୁ ସନ୍ଧ୍ୟା ୫ଟା ମଧ୍ୟରେ ଡାଉନଲୋଡ୍ ପାଇଁ ଉପଲବ୍ଧ ହେବ । ସୂଚନା ଯୋଗ୍ୟ ଯେ ୧୪୭ଟି ଏଏସଓ ପଦ ପୂରଣ ପାଇଁ ୨୦୨୪, ମେ ୧୪ରେ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/13/3-2025-11-13-08-33-24.jpg)