Crime : ରାଜଧାନୀରେ ନାବାଳିକାକୁ ଗଣଦୁଷ୍କର୍ମ !

Advertisment

କମିସନରେଟ ପୁଲିସର ଆରମ୍ଭ ହେଲା ଛାନ୍‌ଭିନ୍‌ ।  ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରିବା ସହ ନଈ ପଠାରେ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ

କମିସନରେଟ ପୁଲିସର ଆରମ୍ଭ ହେଲା ଛାନ୍‌ଭିନ୍‌ ।  ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରିବା ସହ ନଈ ପଠାରେ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ

Bhubaneswar Crime

Bhubaneswar Crime Photograph: (Kanak News)

କନକ ବ୍ୟୁରୋ: ନଈ ପଠାରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । କମିସନରେଟ ପୁଲିସର ଆରମ୍ଭ ହେଲା ଛାନ୍‌ଭିନ୍‌ ।  ନିଜ ପୁରୁଷ ବନ୍ଧୁଙ୍କ ସହ ଯାଉଥିବା ବେଳେ ଅତର୍କିତ ଆକ୍ରମଣ କରିବା ସହ ନଈ ପଠାରେ ଦୁଷ୍କର୍ମ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପୂରା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍‌, ଅନ୍ୟଜଣକୁ ଖୋଜୁଛି ପୁଲିସ । ତେବେ ଗତ ୧୨ ତାରିଖରେ ସାମନାକୁ ଆସିଥିବା ଦୁଷ୍କର୍ମ ମାମଲା ମନରୁ ନଯାଉଣୁ ପୁଣି ଥରେ ଘଟିଛି ଭୟଙ୍କର ଘଟଣା । 

ଆହୁରି ପଢ଼ନ୍ତୁ- ସାରାରାଜ୍ୟକୁ ଲଜ୍ଜିତ କଲା ରାଜଧାନୀରେ ନାବାଳିକାଙ୍କୁ ଦୁଷ୍କର୍ମ, ଘରେ କେହି ନଥିବାର ସୁଯୋଗ ନେଇ ନାରକୀୟ କାଣ୍ଡ ଘଟାଇଲା ଘର ମାଲିକର ଭାଇ

ସୂଚନା ଅନୁସାରେ, ଅଶୋକନଗର ନାବାଳିକା ଦୁଷ୍କର୍ମ ଘଟଣା ମନରୁ ନଯାଉଣୁ ରାଜଧାନୀରେରେ ପୁଣି ଘଟିଛି ଛାତି ଥରାଇ ଦେବା ଭଳି ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ନରପିଶାଚ ବନିଯାଇଥିଲା ଘର ମାଲିକର ଭାଇ । ନିଷ୍ପାପ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛାଡି ଦେଇଥିଲା ସଇତାନ । ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି କୁନି ଝିଅ ।  

ଗଞ୍ଜାମରୁ ଆସି ଭୁବନେଶ୍ବର କଳିଙ୍ଗନଗରରେ ରହୁଥିବା ଏକ ଗରିବ ନିରିହ ପରିବାର ସହ ଘଟିଥିଲା ଏହି ଘଟଣା । ଘରେ କେହି ନ ଥିବାର ସୁଯୋଗ ନେଇ, ଘର ମାଲିକଙ୍କ ଭାଇ ତାଙ୍କ ଏଗାର ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ, ଦୁଷ୍କର୍ମ କରିଥିଲା । ଆଉ ଏହି ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲା । ଗତ ୪ ତାରିଖ ଦିନ ଏହି ବ୍ୟକ୍ତି ଜଣକ ଘରକୁ ଫେରିବା ପରେ, ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ । ପଚାରିବାରୁ ଘର ମାଲିକର ଭାଇ ନରେଶ ଏଭଳି ନାରକୀୟକାଣ୍ଡ ଘଟାଇଥିବା କହିଥିଲା ନାବାଳିକା ଜଣକ। ଅଭିଯୋଗ ପରେ, ଅଭିଯୁକ୍ତ ନରେଶକୁ ଗିରଫ କରିଥିଲା ମହିଳା ଥାନା ପୁଲିସ । ଆଉ ଆଜି ପୁଣି ଥରେ ନଈ ପଠାରେ ଯେଉଁ ଘଟଣା ଘଟିଲା ତାହାକୁ ନେଇ ଚର୍ଚ୍ଚା ଜୋର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe