କନକ ବ୍ୟୁରୋ: ଅଶୋକନଗର ନାବାଳିକା ଦୁଷ୍କର୍ମ ଘଟଣା ମନରୁ ନ  ଯାଉଣୁ ରାଜଧାନୀରେରେ ପୁଣି ଘଟିଛି ଛାତି ଥରାଇ ଦେବା ଭଳି ଘଟଣା । ଘରେ କେହି ନଥିବାର ସୁଯୋଗ ନେଇ ନରପିଶାଚ ବନିଯାଇଛି ଘର ମାଲିକର ଭାଇ । ନିଷ୍ପାପ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରି ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଛାଡି ଦେଇଛି ସଇତାନ। ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଂଘର୍ଷ କରୁଛି କୁନି ଝିଅ ।   

Advertisment

ଅଧିକ ପଢନ୍ତୁ: ୫ବର୍ଷୀୟା ଶିଶୁକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ


 ଗଞ୍ଜାମରୁ ଆସି ଭୁବନେଶ୍ବର କଳିଙ୍ଗନଗରରେ ରହୁଥିବା ଏକ ଗରିବ ନିରିହ ପରିବାର ସହ ଘଟିଛି ଏହି ଘଟଣା । ଘରେ କେହି ନ ଥିବାର ସୁଯୋଗ ନେଇ, ଘର ମାଲିକଙ୍କ ଭାଇ ତାଙ୍କ ଏଗାର ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ, ଦୁଷ୍କର୍ମ କରିଥିଲା । ଆଉ ଏହି ଘଟଣା ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ବି ଦେଇଥିଲା । ଗତ ୪ ତାରିଖ ଦିନ ଏହି ବ୍ୟକ୍ତି ଜଣକ ଘରକୁ ଫେରିବା ପରେ, ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପାଇଥିଲେ । ପଚାରିବାରୁ ଘର ମାଲିକର ଭାଇ ନରେଶ ଏଭଳି ନାରକୀୟକାଣ୍ଡ ଘଟାଇଥିବା କହିଥିଲା ନାବାଳିକା ଜଣକ। ଅଭିଯୋଗ ପରେ, ଅଭିଯୁକ୍ତ ନରେଶକୁ ଗିରଫ କରିଛି ମହିଳା ଥାନା ପୁଲିସ । 


ଏହି ଛାତି ଥରା ଘଟଣା ପରେ, ଭୁବନେଶ୍ବରରେ ରହିବାକୁ ଡର ଲାଗୁଥିବା କହିଛନ୍ତି ପୀଡିତାଙ୍କ ପରିବାର । ବଡ ଝିଅ ସହ ଯାହା ଘଟିଲା, ତାପରେ ସାନ ଝିଅଟି ଏବେ କେତେ ଯେ, ସୁରକ୍ଷିତ ସେନେଇ ପ୍ରଶ୍ନ ଉଠାଇଲା ପରିବାର । ଆଉ ନୁହେଁ, ସିଧା ଭୁବନେଶ୍ବର ଛାଡି ଗାଁକୁ ପଳାଇବାକୁ ନିଷ୍ପତି ନେଇଛନ୍ତି ପୀଡିତାଙ୍କ ପରିବାର । ସେପଟେ ନାବାଳିକା ଜଣକ ହସ୍ପିଟାଲ ବେଡରେ ଜୀବନ ମରଣ ସହ ସଙ୍ଘର୍ଷ କରୁଛନ୍ତି  । ଡାକ୍ତରୀ ମାଇନା ସହ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛି  । ଅଭିଯୁକ୍ତ ନରେଶକୁ କୋର୍ଟ ଚାଲାଣ କରାଯାଇଛି। କ୍ୟାପିଟାଲ ହସ୍ପିଟାଲକୁ ଯାଇ ପୀଡିତାଙ୍କ ବୟାନ ରେକର୍ଡ କରିଛି ପୁଲିସ ।