Dhauli Incident Photograph: (Kanak News)
କନକ ବ୍ୟୁରୋ : ଇଏ ଏମିତି ଏକ କାହାଣୀ, ଯାହାକୁ ଲେଖିଲା ବେଳକୁ ଆମ ହାତ ଥରି ଯାଉଛି, ଲୋମ ଟାଙ୍କୁରୀ ଉଠୁଛି । ସାମ୍ନାକୁ ଆସିଲା ବାଙ୍କୁଆଳ ନଦୀ ପଠାରେ ନାବାଳିକାଙ୍କୁ ଦୁଷ୍କର୍ମର ପୁରା କାହାଣୀ କହିଛନ୍ତି ତାଙ୍କ ପୁରୁଷ ବନ୍ଧୁ । ସେପଟେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ତଦନ୍ତକାରୀ ଟିମ୍ ।
ନିଛାଟିଆ ଜାଗାର ସୁଯୋଗ ନେଇ ନରରାକ୍ଷସ ପାଲଟି ଯାଇଥିଲେ ଜହ୍ଲାଦ । ଭୁଲି ଯାଇଥିଲେ ହିତାହିତ ଜ୍ଞାନ । ନଦୀ ବନ୍ଧରୁ ତଳକୁ ଘୋଷାରି ନେବା ପରେ ପୁରୁଷ ବନ୍ଧୁଙ୍କୁ ପଥରରେ ଛେଚି ଥିଲେ । ପିନ୍ଧା ଯାମାରେ ମୁଁହକୁ ଘୋଡ଼ାଇ ଦେଇଥିଲେ । ତାପରେ ଆଖି ଆଗରୁ ନାବାଳିକାଙ୍କୁ ନଦୀପଠା ଆଡ଼କୁ ଘୋଷାଡ଼ି ଘୋଷାଡ଼ି ନେଇଥିଲେ ସଇତାନମାନେ । ରକ୍ତମୁଖା ହୋଇଥିବା ମଣିଷରୂପୀ ନୃଶଂସଙ୍କ କବଳରୁ ବଞ୍ଚିବାକୁ ହାତ ଯୋଡି ନେହୁରା ହେଉଥିଲେ ନାବାଳିକା । ହେଲେ ନଛୋଡ଼ବନ୍ଧା ହୋଇଥିଲେ ନରରାକ୍ଷସ । ବନ୍ଧା ହୋଇଥିବା ୨ ଅଭିଯୁକ୍ତଙ୍କ ସମେତ ବାକି ଅଭିଯୁକ୍ତ ମାନେ ଦୁଷ୍କର୍ମ କରିବା ସହ ଭିଡ଼ିଓ କରିଥିଲେ ।
ଅଧିକ ପଢ଼ନ୍ତୁ : ଧଉଳି ଗଣଦୁଷ୍କର୍ମ ଲଜ୍ଜା : ପୁରୁଷ ବନ୍ଧୁ ମୁହଁରେ ଲୋମଟାଙ୍କୁରା କାହାଣୀ
ସେପଟେ ଧଉଳି ଗଣଦୁଷ୍କର୍ମ ମାମଲା ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କରାଯାଇ, କ୍ରାଇମବ୍ରାଞ୍ଚକୁ ଦିଆଯାଇଛି ତଦନ୍ତ ଭାର । ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରିଛି CAW କ୍ରାଇମ୍ ଏଗେନଷ୍ଟ ଓମେନ୍ । ତଦନ୍ତ ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଏକାଠି କରିବା ସହ ଡିଜିଟାଲ ଏଭିଡେନ୍ସ ଓ ସାଇଣ୍ଟିଫିକ୍ ଏଭିଡେନ୍ସ ଯୋଗାଡ଼ ଉପରେ ଗୁରୁତ୍ୱ ଦିଆଯାଉଛି । ତଦନ୍ତ ଧଉଳି ଥାନା କରୁଥିବା ବେଳେ, CAW ଏଥିରେ ତାଙ୍କୁ ସହଯୋଗ କରିବ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା କହିଛନ୍ତି, ପୀଡ଼ିତାଙ୍କ ମେଡ଼ିକାଲ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ ।
ତେବେ ପ୍ରଶ୍ନ ଉଠୁଛି, ଏହି ଘଟଣାରେ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ଏବେ କେଉଁଠି ? ଫେରାର ଜୋକର ଜଣେ ଜେଲ୍ ଫେରନ୍ତା, ଏବେ ଗଣଦୁଷ୍କର୍ମ କରି କୁଆଡ଼େ ଗାୟବ୍ ହୋଇଗଲା ? କାହିଁକି ଅଭିଯୁକ୍ତଙ୍କୁ ବାନ୍ଧିବାରେ ଫେଲ୍ ମାରିଛି ପୁଲିସ ?
Follow Us