କନକ ବ୍ୟୁରୋ: ରାଜଧାନୀରେ ଲଜ୍ଜା । ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ତେବେ ପୀଡ଼ିତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ପୁଲିସ ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ହେଲେ ଅଭିଯୁକ୍ତମାନଙ୍କର ଟେର ପାଉନି ।
ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ : ଦୁଷ୍କର୍ମ ପରେ କେହି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର
ଗତକାଲି ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ ରାସ୍ତାକଡ଼ରେ ଗୁରୁତର ଅବସ୍ଥାରେ ପଡ଼ିରହିଥିଲେ । ସ୍ଥାନୀୟ ଲୋକ ଦେଖି ପୁଲିସ୍କୁ ସୂଚନା ଦେବା ପରେ ନାବାଳିକାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କ ଘର ବିହାରରେ ବୋଲି ଜଣାପଡ଼ିଛି । ଘଟଣାର ତଦନ୍ତ ଚାଲିଥିବା ବେଳେ ଖୁବ୍ଶୀଘ୍ର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କମିଶନର କହିଛନ୍ତି ।
ଏମିତି କୌଣସି ଗୋଟିଏ ଦିନ ନାହିଁ ଯେଉଁଦିନ ଦୁଷ୍କର୍ମର ଖବର ସାମ୍ନାକୁ ଆସୁନି । ପ୍ରତିଦିନ କେଉଁଠୁ ନା କେଉଁଠୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣା ସାମ୍ନାକୁ ଆସୁଛି । ପୁଲିସ ଛାଉଣିରେ ରାଜଧାନୀ ଭୁବନେଶ୍ୱର ରହୁଥିଲେ ବି ଏଭଳି ଘଟଣା ଘଟିଚାଲିଛି । କିନ୍ତୁ ଏ ଦିଗରେ ନା ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି ନା ପୁଲିସ । ତେଣୁ ପ୍ରଶ୍ନ ଉଠୁଛି ପୁଲିସ ପ୍ରଶାସନ କରୁଛି କଣ, ରାଜ୍ୟ ସରକାର କାହିଁକି ଏହାକୁ ଗୁରୁତ୍ୱର ସହ ନେଉନାହାନ୍ତି?