କନକ ବ୍ୟୁରୋ : ଆସନ୍ତା ଆଇପିଏଲ ସିଜିନ ଲାଗି ବର୍ତ୍ତମାନର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ନିଜର ହୋମ ଗ୍ରାଉଣ୍ଡ୍ ପରିବର୍ତ୍ତନ କରିବ । ଦଳ ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମ କିମ୍ବା ରାୟପୁରର ସହିଦ ବୀର ନାରାୟଣ ସିଂ ଷ୍ଟାଡିୟମକୁ ନିଜର ହୋମ ଗ୍ରାଉଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଛି । ଏହା ଆରସିବି ଫ୍ୟାନ୍ମାନଙ୍କ ପାଇଁ ଏକ ଖରାପ ଖବର କାରଣ ସେମାନେ ଦଳର ନିୟମିତ ହୋମ ଗ୍ରାଉଣ୍ଡ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏଥର ମ୍ୟାଚ ଦେଖିପାରିବ ନାହିଁ ।
୨୦୨୫ ଆଇପିଏଲ ସିଜିନରେ ଆରସିବି ଚ୍ୟାମ୍ପିୟନ ହୋଇଥିଲା । ଏହି ଐତିହାସିକ ବିଜୟ ପରେ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଏକ ବିଜୟ ପରେଡ ଆୟୋଜନ କରାଯାଇଥିଲା । କିନ୍ତୁ ଏହି ସମୟରେ ପ୍ରବଳ ଭୀଡ଼ ଯୋଗୁଁ ଦଳଚକଟା ହେବାରୁ ୧୧ ଜଣ ଲୋକ ପ୍ରାଣ ହରାଇଥିଲେ ଓ ଆହୁରି ଅନେକ ଲୋକ ଆହତ ହୋଇଥିଲେ । ଏହା ପରେ ଚିନ୍ନାସ୍ୱାମୀରେ ଏପର୍ଯ୍ୟନ୍ତ କୌଣସି ବଡ଼ ମ୍ୟାଚ ଆୟୋଜନ ଲାଗି ଅନୁମତି ଦିଆଯାଇନାହିଁ । ଏହାକୁ ଦୃଷ୍ଟିରେ ରଖି ଆରସିବି ନିଜର ହୋମ ଗ୍ରାଉଣ୍ଡ୍ ପରିବର୍ତ୍ତନ କରିଛି ।
ଅଧିକ ପଢ଼ନ୍ତୁ : WPL 2026: ଆର୍ସିବି ୯ ୱିକେଟ୍ରେ ବିଜୟୀ
ସେହିପରି ରାଜସ୍ଥାନ ରୟାଲ୍ସ ମଧ୍ୟ ଏଥର ନିଜର ହୋମ୍ ଗ୍ରାଉଣ୍ଡ୍ ବଦଳାଇବାକୁ ଯାଉଛି । ଦଳ ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡକୁ ନିଜର ହୋମ ଗ୍ରାଉଣ୍ଡ୍ କରିବାକୁ ନିଷ୍ପତ୍ତି ନେଇଛି । ରାଜସ୍ଥାନ କ୍ରିକେଟ ଆସୋସିଏସନରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ବିବାଦ କାରଣରୁ ଗତ ବର୍ଷ ନିର୍ବାଚନ ହୋଇପାରିନଥିଲା । ଏହି କାରଣରୁ ଆରସିଏ ଏକ ଅସ୍ଥାୟୀ କମିଟି ଦ୍ୱାରା ପରିଚାଳିତ ହେଉଛି । ଏହି କାରଣରୁ ଗତବର୍ଷ ଆଇପିଏଲ ଅଧ୍ୟକ୍ଷ ଅରୁଣ ସିଂ ଧୂମଲ କହିଥିଲେ ଯେ ନିର୍ବାଚନ ହୋଇନଥିବାରୁ ରାଜସ୍ଥାନ ରୟାଲ୍ସ ଏଥର ଜୟପୁରରେ ନିଜର ମ୍ୟାଚ ଆୟୋଜନ କରିପାରିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/13/rcb-2026-01-13-19-16-01.jpg)