କନକ ବ୍ୟୁରୋ: ଜେଲ୍ ସୁରକ୍ଷାକୁ ନେଇ ସବୁଠି ଚିନ୍ତା। କଟକ ଚୌଦ୍ବାର ଜେଲ୍ରୁ ବିହାରୀ କଏଦୀ ଚମ୍ପଟ ମାରିବା ପରେ ବଢ଼ିଛି ମୁଣ୍ଡବିନ୍ଧା । ଏଭଳି ସ୍ଥିତିରେ ବ୍ରହ୍ମପୁର ମଣ୍ଡଳ କାରାଗାର କେତେ ସୁରକ୍ଷିତ ।
ଅଧିକ ପଢ଼ନ୍ତୁ--- ନୀଳଗିରିରେ ଅଚଳ ଆମ୍ବୁଲାନ୍ସ
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ପିଣ୍ଟୁ ଦାସଙ୍କୁ ଏଠାରୁ ସ୍ଥାନାନ୍ତର ପାଇଁ ଜେଲର କୋର୍ଟରେ ଆବେଦନ କରିବା ପରେ ବ୍ରହ୍ମପୁର ସର୍କଲ ଜେଲ୍ କେତେ ସୁରକ୍ଷିତ? ସେ ନେଇ ଉଠିଛି ପ୍ରଶ୍ନ । ଏବେ ଏଠାରେ ରହୁଛନ୍ତି ୯୭୧ କଏଦୀ । ପୁଲିସ ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ୧୨୩ ଓ ପୀତବାସ ପଣ୍ଡା ହତ୍ୟା ମାମଲାରେ ୧୩ ଅଭିଯୁକ୍ତ ବି ଏଇ ଜେଲ୍ରେ ଅଛନ୍ତି । ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଠାରୁ ନେଇ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ପିଣ୍ଟୁ ଦାସଙ୍କ ଭଳି ହାଇପ୍ରୋଫାଇଲ୍ ଅଭିଯୁକ୍ତମାନେ ରହୁଛନ୍ତି ଏହାରି ଭିତରେ । ଏପରିକି ୨ ବିହାରୀ ସାର୍ପସୁଟର ବି ଅଛନ୍ତି ଏ ସର୍କଲ୍ ଜେଲ୍ରେ । ପୂର୍ବରୁ ବିଭିନ୍ନ ସଂଗୀନ ଦଫାରେ ସଜ୍ଜା କାଟୁଥିବା ଅପରାଧୀଙ୍କ ସଂଖ୍ୟା ବି କମ୍ ନୁହେଁ । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ବ୍ରହ୍ମପୁର ସର୍କଲ୍ ଜେଲ୍ର ଫୁଙ୍ଗୁଳା ଚେହେରା ।
ଜେଲ୍ ପାଚେରୀ ପାଖରେ ରହିଛି ବଡ଼ ଗଛ ଓ ରେଳ ଧାରଣା । ଏପରିକି ତନଖି ଫାଟକରେ ଠିକ୍ ଭାବେ ଯାଞ୍ଚ ହେଉନଥିବା ବି ଦେଖାଯାଇଛି। ଭିତରକୁ ଯିବା ପାଇଁ ଯାଞ୍ଚ ହେଉଥିଲା ବେଳେ ବାହାରକୁ ଆସିବା ବେଳେ ଯାଞ୍ଚ ହେଉନଥିବା ଅନେକ ସମୟରେ ଦେଖିବାକୁ ମିଳୁଛି । ଜିଲ୍ଲାପାଳ ଓ ଏସ୍ପିମାନେ ଅଚାନକ ଜେଲ୍ ପରିଦର୍ଶନରେ ଯିବାକୁ ଜେଲ୍ ଡିଜି ନିର୍ଦ୍ଦେଶ ଦେଇଛନ୍ତି । ତେବେ ବ୍ରହ୍ମପୁର ସର୍କଲ୍ ଜେଲ୍ ସୁରକ୍ଷାକୁ ନେଇ କି ପଦକ୍ଷେପ ନିଆଯାଉଛି ତାହା ଦେଖିବାର କଥା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/26/jailescap-2025-10-26-19-20-06.jpg)