ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଓଡ଼ିଶା ଲିଙ୍କ୍‌; ଖୁବଶୀଘ୍ର ଓଡ଼ିଶା ଆସିବ NIA ଟିମ୍

ଓଡ଼ିଶାର କେଉଁମାନେ ମୁଜାମିଲ୍‌ର ସମ୍ପର୍କରେ ଥିଲେ ? କାହିଁକି ସେମାନେ ମୁଜାମିଲ୍‌ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ ? ଏହାର ଖୋଳତାଡ଼ କରିବ ଏନ୍‌ଆଇଏ । ମିଳିଥିବା ତଥ୍ୟରୁ ଏନ୍‌ଆଇଏ ଟିମ୍‌ କେତେକଙ୍କ ତାଲିକା କରିଛି ।

Delhi blasts

Delhi blasts Photograph: (Kanak News)

କନକ ବ୍ୟୁରୋ : ଦିଲ୍ଲୀରେ ବିସ୍ଫୋରଣ ପଛରେ ଓଡ଼ିଶା ଲିଙ୍କ୍ କଥା ଜଣାପଡ଼ିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍ ସକିଲର ସମ୍ପର୍କ ରହିଛି । ଜେରା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ତଦନ୍ତକାରୀ ଟିମ୍‌ ହାତରେ ଲାଗିଛି । ମୁଜାମିଲର ହ୍ୱାଟ୍ସଆପରେ ଯାଞ୍ଚ ବେଳେ ଓଡ଼ିଶାର କିଛି ନମ୍ବର ସହ ମେସେଜ୍‌ରେ କଥାବାର୍ତ୍ତା ହୋଇଥିବା ଜଣାପଡ଼ିଥିଲା ।

ତେବେ ଓଡ଼ିଶାର କେଉଁମାନେ ମୁଜାମିଲ୍‌ର ସମ୍ପର୍କରେ ଥିଲେ ? କାହିଁକି ସେମାନେ ମୁଜାମିଲ୍‌ ସହ କଥାବାର୍ତ୍ତା ବା ଚାଟିଂ କରୁଥିଲେ ? ଏହାର ଖୋଳତାଡ଼ କରିବ ଏନ୍‌ଆଇଏ । ମିଳିଥିବା ତଥ୍ୟରୁ ଏନ୍‌ଆଇଏ ଟିମ୍‌ କେତେକଙ୍କ ତାଲିକା କରିଛି । ବିଶେଷକରି କଟକ ଜିଲ୍ଲାର ଏକ କଲେଜକୁ ନେଇ ସନ୍ଦେହ ସଷ୍ଟି ହୋଇଛି । ଏ ସଂପର୍କରେ ଅଧିକ ତନାଘନା ପାଇଁ ଖୁବ୍‌ଶୀଘ୍ର ଏନ୍‌ଆଇଏର ଏକ ଟିମ୍‌ ଓଡ଼ିଶା ଆସିବ ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ : ଦିଲ୍ଲୀ ବିସ୍ଫୋରଣର ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ: ଏପଟେ ତଦନ୍ତ ପାଇଁ ୧୦ ଜଣିଆ ସ୍ୱତନ୍ତ୍ର ଟିମ ଗଠନ କଲା ଏନଆଇଏ

ସାମ୍ନାକୁ ଆସିଲା ଦିଲ୍ଲୀ ବିସ୍ଫୋରଣର ସତ । ଆତଙ୍କୀ ଡାକ୍ତର ଉମର ଉଲ୍ ନବୀ ଘଟାଇଥିଲା ବିସ୍ଫୋରଣ । ନଭେମ୍ବର ୧୦ ତାରିଖ ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ନିଜେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା ଉମର । ଡିଏନ୍‌ଏ ଟେଷ୍ଟରୁ ସାମ୍ନାକୁ ଆସିଲା ପୂରା ସତ । ବିସ୍ଫୋରଣ ସ୍ଥଳରୁ ମିଳିଥିଲା ହାଡ଼, ଦାନ୍ତର ନମୁନାରୁ ଯେଉଁ ଡିଏନ୍‌ଏ ସଂଗ୍ରହ କରାଯାଇଥିଲା ତାହା ଉମରର ପରିବାର ସହ ଶତ ପ୍ରତିଶତ ମେଳ ଖାଉଥିବା ଫରେନସିକ୍ ଯାଞ୍ଚରେ ସ୍ପଷ୍ଟ ହୋଇଛି ।

ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଜାଣିପାରିଛନ୍ତି ଯେ, ୧୧ ଦିନ ପୂର୍ବରୁ ଡାକ୍ତର ଉମର ଧଳା ହୁଣ୍ଡାଇ ଆଇ-୨୦ କାର କିଣିଥିଲେ ଏବଂ ବିସ୍ଫୋରଣ ସମୟରେ କାରରେ ଥିଲେ । ସେ ଫରିଦାବାଦରେ ଗିରଫ ହୋଇଥିବା ଆତଙ୍କୀ ମଡ୍ୟୁଲର ସଦସ୍ୟ ମଧ୍ୟ ଥିଲେ । ପୁଲୱାମାର ସାମ୍ବୁରା ଗାଁର ବାସିନ୍ଦା ଉମରଙ୍କ ମା ଏବଂ ଭାଇଙ୍କଠାରୁ ଡିଏନଏ ନମୁନା ନିଆଯାଇଥିଲା । କାରରେ ମିଳିଥିବା ମୃତଦେହର ଅବଶେଷ ସେଗୁଡ଼ିକ ୧୦୦% ମେଳ ଖାଉଥିବା ଜଣାପଡ଼ିଛି । ମୃତକଙ୍କ ଦାନ୍ତ, ହାଡ଼ ଏବଂ ଅନ୍ୟାନ୍ୟ ଅବଶେଷ ମା ଏବଂ ଭାଇଙ୍କ ନମୁନା ସହିତ ମେଳ ଖାଉଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe