Drugs Photograph: (Kanak News)
କନକ ବ୍ୟୁରୋ : ଓଡ଼ିଶାରେ ଅପରାଧ ଏବେ ଉପରମୁହାଁ । ରାଜଧାନୀ ସ୍ଥିତି ଆହୁରି ସାଂଘାତିକ । କେଉଁଠି ମୁଣ୍ଡ ଗଣୁଛି, କେଉଁଠି ଗଣଦୁଷ୍କର୍ମ । ମନେ ହେଉଛି ଆଇନଶୃଙ୍ଖଳା ସ୍ଥିତି ଯେମିତି ହୁଗୁଳିଯାଇଛି । ହେଲେ ବିଶେଷଜ୍ଞ କିନ୍ତୁ ଅଲଗା କଥା କହିଲେଣି । ଅପରାଧ ବୃଦ୍ଧି ପଛରେ ନିଶା ହିଁ ପ୍ରମୁଖ କାରଣ । ଅର୍ଥାତ୍ ଅବକାରୀ ବିଭାଗ ସଫଳତା ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ବିଫଳତାପ ପଛର ଅସଲ କାରଣ ।
ଅଧିକ ପଢ଼ନ୍ତୁ : ତେଲେଙ୍ଗାନାରେ ଓଡ଼ିଆ ଝିଅକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ନଈ ପୋଲ ତଳୁ ମିଳିଲା ମୃତଦେହ
ନିଶା ମାରିଦେଉଛି ମଣିଷପଣିଆ । ନୃଶଂସ ପାଲଟୁଛି ଯୌନ ରାକ୍ଷସ । ହିଂସ୍ର ହୋଇ କଅଁଳ ମାଂସକୁ ଝୁଣି ପକାଉଛନ୍ତି ନିଶାଡ଼ି ଯୁବକ । ଆଉ ନିଶା ଖସିଲା ବେଳକୁ ବରବାଦ ହୋଇଯାଉଛି କେଉଁ ନିରୀହ ଜୀବନ । ଘରୁ ଝିଅଙ୍କୁ ବାହାରକୁ ଛାଡ଼ିବାକୁ ଡରିଲେଣି ଅଭିଭାବକ । ଏପଟେ ରାଜ୍ୟରେ ଘଟିଥିବା କିଛି ଗଣଦୁଷ୍କର୍ମ ଉପରେ ଆସନ୍ତୁ ନଜର ପକାଇବା..
- ଓଡ଼ିଶାର ଚର୍ଚ୍ଚିତ ଦୁଷ୍କର୍ମ ମାମଲା
- ଚାନ୍ଦବାଲି ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ ଥିଲା ଜଣେ ନିଶାଡ଼ି
- ଗୋପାଳପୁର ଦୁଷ୍କର୍ମ ମାମଲାର ୫ ଅଭିଯୁକ୍ତ ବି ନେଇଥିଲେ ଧଳା ଜହର
- କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମର କ୍ରାଇମ୍ ସିନ୍ରୁ ମିଳିଥିଲା ନିଶାଦ୍ରବ୍ୟ
- ବ୍ରହ୍ମଗିରି ଥାନା ଅଞ୍ଚଳରେ ଦିବ୍ୟାଙ୍ଗ ମହିଳାଙ୍କୁ ଦୁଷ୍କର୍ମ
ଏବେ ଓଡ଼ିଶା ମୁଣ୍ଡରେ ଲଗାଇଛି ଏମିତି ଅପବାଦର ଟିକା । ମୁଖ୍ୟମନ୍ତ୍ରୀଙ୍କ ଅନେକ ଭଲ କାମ ଉପରେ ଢାଙ୍କି ଦେଉଛି ପରଦା । ନିଶାରେ ଝୁମୁଛି ଓଡ଼ିଶା, ପଡ଼ିଶାଙ୍କୁ ବଳି ଗଲାଣି । ଗଳିଗଳିରେ ମଦ, ଗଞ୍ଜେଇ, ଧଳା ଜହର । ରାଜସ୍ୱ ପାଉଛି ଅବକାରୀ ବିଭାଗ, ବଦନାମ ମୁଣ୍ଡାଉଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲ କ୍ୟାମ୍ପସ, ମଲ୍ ସବୁଠି ନିଶା । କୋଡ୍ ୱାର୍ଡ କହିଲେ ପାନ ଦୋକାନୀ ବଢ଼ାଇ ଦେଉଛି ଗଞ୍ଜେଇ ପୁଡ଼ିଆ । ଭୋଗ ଦୋକାନରେ ପାଉ କହିଦେଲେ ମିଳୁଛି ପାଉଡର । ବସ୍ତିରେ ମଦ ରନ୍ଧା ନିୟମିତ ଚାଲିଛି । ରାଜ୍ୟରେ ବେଆଇନ କାରବାର ଯେମିତି ବଢୁଛି, ସରକାରୀଙ୍କ ଅବକାରୀ ରାଜସ୍ୱ ବୃଦ୍ଧି ବି ଜଣାଉଛି ଯେ ମଦ ବିକ୍ରି ବଢ଼ିଛି । ଅବକାରୀ ବିଭାଗର ମନ୍ତ୍ରୀଙ୍କର ରାଜସ୍ୱ ବୃଦ୍ଧି ସଫଳତା କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ଚିନ୍ତାର କାରଣ ।
ଏହା ସତ୍ତ୍ୱେ ଅବକାରୀ ମନ୍ତ୍ରୀଙ୍କୁ ଏଯାଏଁ ଥରୁଟିଏ ଡାକି ତାଗିଦ୍ କରିନାହାନ୍ତି ମୁଖ୍ୟମନ୍ତ୍ରୀ । ବରଂ ବିଧାନସଭା ମୁଖ୍ୟମନ୍ତ୍ରୀ ପଢ଼ି ଶୁଣାଇଛନ୍ତି ଯେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ବଢୁଛି ।
Follow Us