ED Raid Photograph: (Kanak News)
କନକ ବ୍ୟୁରୋ : ବଢ଼ିଲା ଖଣି ଉପନିର୍ଦ୍ଦେଶକଙ୍କ ଅଡ଼ୁଆ । ଇଡି ଓ ଆୟକର ବିଭାଗକୁ ତଥ୍ୟ ଦେବ ଭିଜିଲାନ୍ସ । ଖଣି ଅଧିକାରୀଙ୍କ ଘରୁ ନଗଦ ୪କୋଟି ୨୮ ଲକ୍ଷ ଟଙ୍କା ମିଳିବା ଘଟଣାରେ ଆକ୍ସନ ମୋଡ୍ରେ ଓଡ଼ିଶା ଭିଜିଲାନ୍ସ । ଅଭିଯୁକ୍ତକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି ସ୍ୱତନ୍ତ୍ର ଟିମ୍ ।
ଏବେ ପ୍ରଶ୍ନ ଉଠୁଛି, ଟଙ୍କା କେଉଁଠୁ ଆଣୁଥିଲେ ? କେଉଁ ବାବଦକୁ ଆଣୁଥିଲେ ? କେତେ ଲୁଟିଥିଲେ ? କାହା କାହାକୁ କେତେ ଭାଗ ଦେଇଛନ୍ତି ? ବିଶେଷକରି ଦେବବ୍ରତଙ୍କ ମୁଣ୍ଡରେ ହାତ ରଖିଥିବା ମୁଖ୍ୟ କାର୍ପଟଦାର କିଏ ?
ଅଧିକ ପଢ଼ନ୍ତୁ : ଭବାନୀ ପାହାଡ଼ରେ ଭୟଙ୍କର ନିଆଁ; ଜଳିପୋଡ଼ି ଗଲାଣି ବହୁ ମୁଲ୍ୟବାନ ଗଛ
ସାତ ପଙ୍କ ତଳୁ ସତ ଉଗରିବାକୁ ଚେଷ୍ଟା ଚଳାଇଛି ଭିଜିଲାନ୍ସ । ତେବେ ଆୟବହିର୍ଭୂତ ସମ୍ପତ୍ତିକୁ ନେଇ ଆଉ ଏକ ମାମଲା ରୁଜୁ କରିବ ଭିଜିଲାନ୍ସ । ୪ କୋଟି ୨୮ ଲକ୍ଷ ଟଙ୍କା ନଗଦ ମିଳିଥିବାରୁ, ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ତଥ୍ୟ ସେୟାର କରିବ । ଗତକାଲି ଖଣି ବାବୁଙ୍କ ଘରେ ଦେଖିବାକୁ ମିଳିଥିଲା ଟଙ୍କାର ପାହାଡ଼ । ଟଙ୍କା ଦେଖିବାକୁ ଜମିଥିଲା ଲୋକଙ୍କ ଭିଡ଼ । ବିଡ଼ା ବିଡ଼ା ଖଡ଼ ଖଡ଼ିଆ ନୋଟ । ୧୦୦, ୨୦୦ ରୁ ୫୦୦ ଟଙ୍କିଆ ନୋଟ ଚଟାଣ ଉପରେ ଚକ ଚକ କରୁଥିଲା ।
ଖଣି ଉପ ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭଡ଼ା ଘରର ଦୃଶ୍ୟ କାଲି ଥିଲା କିଛି ଏମିତି । ଗୋଟିଏ ପରେ, ଗୋଟିଏ ଟଙ୍କା ବିଡ଼ା ଗଣା ଚାଲିଛି । ଥାକ ଥାକ କରି ଟ୍ରଲି ବ୍ୟାଗରେ ଖଞ୍ଜା ହୋଇ ରଖାଯାଉଛି । ଯୁଆଡ଼େ ହାତ ବୁଲାଉଥିଲେ ଭିଜିଲାନ୍ସ ଅଧିକାରୀ ସିଆଡୁ ମିଳୁଥିଲା ଟ୍ରଲି ବ୍ୟାଗ ଭିତରୁ ନଗଦ ଟଙ୍କା । ଦୃଶ୍ୟ ଦେଖି ଭିଜିଲାନ୍ସ ଅଧିକାରୀ ବି ହୋଇଯାଇଥିଲେ ତାଜୁବ । ଗଣି ଗଣି ହାଲିଆ ବ୍ୟାଙ୍କ ଓ ଭିଜିଲାନ୍ସ କର୍ମଚାରୀ । କୁବେର ଅଫିସରଙ୍କ ଘରୁ ମିଳିଛି ନଗଦ ୪ କୋଟି ୨୭ ଲକ୍ଷ ଟଙ୍କା ଆଉ ସୁନା ଗହଣା । ଯାହା ହେଉଛି ଓଡ଼ିଶା ଭିଜିଲାନ୍ସ ଇତିହାସର ସର୍ବାଧିକ ।
Follow Us