ନୋଏଡାରେ ବଡ଼ ସାଇବର ଠକେଇ; ଠକିନେଲେ ୧୨ କୋଟି

Advertisment

ନିଜ ପରିଚୟ ଗୋପନ ରଖି ବ୍ୟକ୍ତି ଜଣଙ୍କ କହିଛନ୍ତି, ସେୟାର ମାର୍କେଟରେ ପୁଞ୍ଜିନିବେଶ କରି ଅଧିକ ଲାଭ ପାଇବା ପାଇଁ ଜଣେ ଅଜଣା ମହିଳା ତାଙ୍କୁ ହ୍ବାଟ୍ସଆପ୍ ମେସେଜ୍ କରିଥିଲେ । ପରେ ତାଙ୍କୁ ଏକ ଗ୍ରୁପରେ ରଖି ଆପ୍ ଡାଉନଲୋଡ୍ କରିବାକୁ ଲିଙ୍କ୍ ଦିଆଯାଇଥିଲା । ପରେ ତାଙ୍କୁ ଆଉଏକ ଗ୍ରୁପ୍‌ରେ ରଖି ସାଇବର ଠକମାନେ ଦୈନିକ ଲାଭର ସ୍କ୍ରିନ ସଟ୍ ପଠାଇ ତାଙ୍କ ବିଶ୍ୱାସ ଜିତିଥିଲେ ।

Cyber Fraud

Cyber Fraud Photograph: (Internet)

କନକ ବ୍ୟୁରୋ : ନୋଏଡାରେ ଜଣେ ବ୍ୟକ୍ତିଙ୍କଠାରୁ ୧୨ କୋଟି ଟଙ୍କା ଲୁଟିନେଲେ ସାଇବର ଅପରାଧୀ । ଷ୍ଟକ୍ ମାର୍କେଟରେ ପୁଞ୍ଜିନିବେଶ ନାଁରେ ଏହି ଲୁଟ୍ ହୋଇଛି । ଠକେଇର ଶିକାର ହୋଇଥିବା ବ୍ୟକ୍ତିଜଣଙ୍କ ବୈଷୟିକ ପରାମର୍ଶଦାତା ଭାବେ କାମ କରନ୍ତି । ଅକ୍ଟୋବର ୧୭ରୁ ନଭେମ୍ବର ୨୫ ମଧ୍ୟରେ ତାଙ୍କଠାରୁ ୧୨ କୋଟି ଟଙ୍କା ଲୁଟ୍ ହୋଇଛି । ଏନେଇ ସେ ସାଇବର କ୍ରାଇମ୍ ଥାନାରେ ଏତଲା ଦେଇଛନ୍ତି ।

ଅଧିକ ପଢ଼ନ୍ତୁ : ପାରିବାରିକ କଳହର କରୁଣ ପରିଣତି, ଜନ୍ମକଲା ଝିଅକୁ ମାରି ପୋଖରୀରେ ଫିଙ୍ଗି ମାଆ ଫେରାର

ନିଜ ପରିଚୟ ଗୋପନ ରଖି ବ୍ୟକ୍ତି ଜଣଙ୍କ କହିଛନ୍ତି, ସେୟାର ମାର୍କେଟରେ ପୁଞ୍ଜିନିବେଶ କରି ଅଧିକ ଲାଭ ପାଇବା ପାଇଁ ଜଣେ ଅଜଣା ମହିଳା ତାଙ୍କୁ ହ୍ବାଟ୍ସଆପ୍ ମେସେଜ୍ କରିଥିଲେ । ପରେ ତାଙ୍କୁ ଏକ ଗ୍ରୁପରେ ରଖି ଆପ୍ ଡାଉନଲୋଡ୍ କରିବାକୁ ଲିଙ୍କ୍ ଦିଆଯାଇଥିଲା । ପରେ ତାଙ୍କୁ ଆଉଏକ ଗ୍ରୁପ୍‌ରେ ରଖି ସାଇବର ଠକମାନେ ଦୈନିକ ଲାଭର ସ୍କ୍ରିନ ସଟ୍ ପଠାଇ ତାଙ୍କ ବିଶ୍ୱାସ ଜିତିଥିଲେ । ଲାଭରୁ ୧୫ ପ୍ରତିଶତ କମିସନ ନେବେ ବୋଲି କହିଥିଲେ ସାଇବର ଠକ । ପ୍ରଥମେ ୫୦ ହଜାର ଓ ପରେ ପ୍ରାୟ ୧୨ କୋଟି ଟଙ୍କା ୯ଟି କିସ୍ତିରେ ପଇଠ କରିଥିଲେ । ପରେ ଅଧିକ ନିବେଶ ପାଇଁ ଆଗ୍ରହ ପ୍ରକାଶ କରିବା ପରେ ଠକି ଯାଇଥିବା ଜାଣିପାରିଥିଲେ । ଏନେଇ ସାଇବର କ୍ରାଇମ୍ ପୁଲିସ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe