କନକ ବ୍ୟୁରୋ: ଦେଢ଼ ବର୍ଷର ଶିଶୁକୁ ହତ୍ୟା ! ଶିଶୁ କନ୍ୟାକୁ ମାରି ପୋଖରୀରେ ଫିଙ୍ଗିଦେଲା ମାଆ । ପାରିବାରିକ କଳହର କରୁଣ ପରିଣତି। ଜନ୍ମ କଲା ଦେଢ଼ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗଡିଆକୁ ଫିଙ୍ଗି ପଳାଇଲା ମାଆ । ମୃତ ଶିଶୁକୁ ଉଦ୍ଧାର କଲେ ଗ୍ରାମବାସୀ । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ସଡାଙ୍ଗୋଇ ଗାଁ ରେ। ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Advertisment

 ଅଧିକ ପଢନ୍ତୁ :ରାଜଧାନୀରେ ଲୁଟେରାଙ୍କ ଅଜବ ଲୁଟ୍, ବେଡ଼୍ ପକାଇ ବାଥରୁମରେ ଶୋଇଲେ, ରାତି ତମାମ ଜିନିଷ ବୋହିଲେ

ସୂଚନା ଆନୁସାରେ ସଡଙ୍ଗଇ ଗାଁ ର ସୁବାସ ବରାଳ ସେହି ଗାଁ ଡଲି ପରିଡା ଙ୍କ ଝିଅକୁ ବିବାହ କରିଥିଲେ । ଡଲି ପରିଡାଙ୍କ କହିବା କଥା ତାଙ୍କ ଝିଅକୁ ସବୁବେଳେ ଶାଶୁ ଘର ଲୋକ ହଇରାଣ କରିବା ସହ ମାରପିଟ୍ କରନ୍ତି । ଯାହାକୁ ନେଇ ଏତେ ବଡ଼ ଭୁଲ କରି ବସିଥିବା କହିଛନ୍ତି  । ସେପଟେ ଝିଅକୁ ସ୍ତ୍ରୀ ମାରିଦେଇ ଚାଲିଯାଇଥିବା ସୁବାସ ଅଭିଯୋଗ କରିଛନ୍ତି ।