Khordha Minor Girl Photograph: (Kanak News)
କନକ ବ୍ୟୁରୋ : ଖୋର୍ଦ୍ଧା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ଉଠୁଛି ପଡୁଛି ଓଡ଼ିଶା । ସମ୍ୱେଦନଶୀଳ ଘଟଣାର ତଦନ୍ତ ଚାଲୁଥିବା ବେଳେ, ପୀଡ଼ିତାଙ୍କ ମାଆଙ୍କ ବୟାନ ଏବେ ପୁଲିସ ବିଭାଗକୁ ବଦନାମ କରିଛି । ମା’ ଅଭିଯୋଗ କରିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ନାବାଳିକାଙ୍କ ବୟାନ ରେକର୍ଡ ବେଳେ, FIRରୁ ଅଭିଯୁକ୍ତର ନାଁ ହଟାଇବା ପାଇଁ ଚାପ ପକାଉଛି ପୁଲିସ । କିଛି ଚକ୍ରାନ୍ତକାରୀ ପୁଲିସ ଅଧିକାରୀ ନାବାଳିକାଙ୍କ ବୟାନକୁ ରେକର୍ଡ ନକରି ମୂଳ ମାମଲାକୁ ହାଲୁକା କରିବାକୁ ମସୁଧା ଚଳାଇଛନ୍ତି । ସେପଟେ ହସ୍ପଟାଲରେ ପହଞ୍ଚି ନାବାଳିକାଙ୍କୁ ଭେଟିବା ସହ ପରିବାର ଲୋକଙ୍କ ସହ ଆଲୋଚନା କରିଛନ୍ତି ଶିଶୁ କମିସନ ଅଧକ୍ଷା ।
ଅଧିକ ପଢ଼ନ୍ତୁ : ଖୋର୍ଦ୍ଧା ବାଘମାରୀ ଅଞ୍ଚଳରୁ ପୁଣି ନାବାଳିକା ମୃତ୍ୟୁ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ଘଟଣାକୁ ନେଇ ସରକାରକୁ ଘେରିଛନ୍ତି ବିରୋଧୀ । ବିଜେଡି ପ୍ରତିନିଧି ଦଳ ନାବାଳିକାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ପୀଡ଼ିତା ଚିହ୍ନିଥିବା ନେଇ ପୁଲିସକୁ ଜଣାଇଛି । ଏହା ପରେ ବି ପୋଲିସ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ପ୍ରଶ୍ନ କରିଛି ଦଳ । ରାଜ୍ୟରେ ନାରୀ ନିର୍ଯାତନା ଥମୁ ନାହିଁ । ଏତେ ଘଟଣା ପରେ ମଧ୍ୟ ସରକାର ନିରବଦଷ୍ଟା ସାଜିଥିବା କହିଛନ୍ତି କଂଗ୍ରେସ ନେତା ପୃଥୀବଲ୍ଲଭ ପଟ୍ଟନାୟକ ।
ଅଭିଯୁକ୍ତଙ୍କୁ ଗିରଫ କରିବାରେ ଏତେ ବିଳମ୍ୱ କାହିଁକି ? କେଉଁଠି ରହୁଛି ଅସୁବିଧା ? ଅଭିଯୁକ୍ତଙ୍କୁ ଖସାଇବା ପାଇଁ କାମ କରୁଥିବା ସେହି ଅଦୃଶ୍ୟ ଶକ୍ତି କିଏ ? ଆଉ ଦୋଷୀଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ ?
Follow Us