କନକ ବ୍ୟୁରୋ:ମାଲକାନଗିରି ପୁଣି ବଢ଼ିଲା ଇଣ୍ଟରନେଟ୍ କଟକଣା । ଗତକାଲି ଆହୁରି ୨୪ ଘଣ୍ଟା ବଢ଼ିଛି କଟକଣା । ଆଜି ରାତି ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆ ଯାଇଛି ।
ଏବେ ଏମ୍ଭି -୨୬ ଗାଁରେ ଫେରୁଛି ଶାନ୍ତି । ୨ ଗୋଷ୍ଠୀ ମଧ୍ୟରେ ଅନୁଷ୍ଠିତ ଶାନ୍ତି କମିଟି ବୈଠକରେ ଶାନ୍ତି ପାଇଁ ସହମତି ପରେ ଗାଁକୁ ଫେରୁଛି ଶାନ୍ତି । ସ୍ଥିତି ସୁଧୁରୁଥିବାବେଳେ ନିଜ ଘରକୁ ଫେରୁଛନ୍ତି ଲୋକ । ତଥାପି ସ୍ଥିତି ଉପରେ ନଜର ରଖିଛି ପୁଲିସ ।
ଅଲୋଡ଼ା ହେଲା ଶିଶୁ ପୁତ୍ର: ବ୍ରିଜ ତଳୁ ଏକ ବ୍ୟାଗରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର
ଗାଁରେ ଏବେ ବି ପୁଲିସ ଛାଉଣୀ ରହିଛି । ଆଦିବାସୀ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତେଜିଥିଲା । ଉତ୍ୟକ୍ତ ଗ୍ରାମବାସୀ ଏମଭି-୨୬ ଗାଁରେ ଅନେକ ଘର ପୋଡ଼ି ପକାଇଥିଲେ । ପରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୬୩ ଧାରା ଲାଗୁ ହୋଇଥିଲା । ପୁଲିସ ଡିଜି ନିଜେ ଗାଁରେ ପହଞ୍ଚି ସିସ୍ଥି ପରଖିଥିଲେ । ଶାନ୍ତି କମିଟି ବୈଠକ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ସମାଧାନ । ତଥାପି ଆଇନ୍ ଶୃଙ୍ଖଳା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/13/3-2025-12-13-08-48-33.jpg)