ଋଣ ଶୁଝିବା ପାଇଁ ପିଲା ବିକ୍ରି, ମାସକର ପିଲାକୁ ଦେଇଦେଲେ ବାପା-ମା’

Advertisment

ଜେଜେମା’ ସାବିତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଭଣ୍ଡାରୀପୋଖରୀ ପୁଲିସ୍ । ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍ କରିବା ପରେ ରାଜାବଗିଚା ଅଞ୍ଚଳରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଋଣ ସୁଝିବା ପାଇଁ ବାପା-ମାଆ କଟକରେ ରହୁଥିବା ସମ୍ପର୍କୀୟଙ୍କୁ ୩୫ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଉଦ୍ଧାର ପରେ ଶିଶୁକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ । 

Child

Child Photograph: (KanakNews)

କନକ ବ୍ୟୁରୋ: ଋଣ ଶୁଝିବା ପାଇଁ ପିଲା ବିକ୍ରି, ମାସକର ପିଲାକୁ ଦେଇଦେଲେ ବାପା-ମା’। ଭଦ୍ରକରୁ ବିକ୍ରି ଶିଶୁ କନ୍ୟା କଟକରୁ ଉଦ୍ଧାର କରାଯାଇଛି । ଜେଜେମା’ ସାବିତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ଭଣ୍ଡାରୀପୋଖରୀ ପୁଲିସ୍ । ବିଭିନ୍ନ ସ୍ଥାନରେ ଛାନ୍‌ଭିନ୍ କରିବା ପରେ ରାଜାବଗିଚା ଅଞ୍ଚଳରୁ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଋଣ ସୁଝିବା ପାଇଁ ବାପା-ମାଆ କଟକରେ ରହୁଥିବା ସମ୍ପର୍କୀୟଙ୍କୁ ୩୫ ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ । ଉଦ୍ଧାର ପରେ ଶିଶୁକୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ପରେ ସିଡବ୍ଲୁସିକୁ ହସ୍ତାନ୍ତର କରାଯିବ । 

ମକର ସଂକ୍ରାନ୍ତିରେ ଖାଡ଼ା ଉପବାସ ପ୍ରଭୁ ଲିଙ୍ଗରାଜ: ନୀତି ବନ୍ଦ, ଅପୂଜା ରହିଲେ ମହାପ୍ରଭୁ

୪୦ ବର୍ଷ ପରେ ବି ରାଜ୍ୟରେ ବନ୍ଦ ହୋଇନି ପିଲା ବିକ୍ରି
୪୦ ଟଙ୍କାରେ ନଣନ୍ଦକୁ ବିକ୍ରି କରିଥିଲା କଳାହାଣ୍ଡିର ଫର୍ନସ୍ ପୁଞ୍ଜି । ୪୦ ବର୍ଷ ପରେ ବି ରାଜ୍ୟରେ ବନ୍ଦ ହୋଇନି ପିଲା ବିକ୍ରି । ୧୯୮୫ ମସିହାର ଏହି ଘଟଣା ସାରା ରାଜ୍ୟକୁ ଆନ୍ଦୋଳିତ କରିଥିଲା । ଖାଇବାକୁ ନପାଇ ନିଜ ନାବାଳିକା ନଣନ୍ଦକୁ ୪୦ ଟଙ୍କାରେ ବିକ୍ରି କରିଥିଲା । ଏବେ ୩୫ ହଜାର ଟଙ୍କାରେ ନିଜର ଜନ୍ମକଲା ଝିଅକୁ ପଛାଇ ନାହାନ୍ତି ବାପା-ମା’ । ସୋମବାର ସକାଳୁ ସାବିତ୍ରୀଙ୍କ ପୁଅ-ବୋହୂ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ନେଉଥିବା କହି ଘରୁ ଯାଇଥିଲେ । ରାତିରେ ଦୁଇ ଜଣ ଫେରିଥିଲେ ମଧ୍ୟ ଶିଶୁ କନ୍ୟା ନଥିଲା । ସାବିତ୍ରୀ ନାତୁଣୀ ସମ୍ପର୍କରେ ପଚାରିବାକୁ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ । ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା । ଭଦ୍ରକ ଯାଇ ବାପା-ମା’ଙ୍କୁ ଭେଟି ଆଲୋଚନା କରିବୋ ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ଆଉ କେତେ ଦିନ ଗରିବି ଯନ୍ତ୍ରଣା? କେବେ ବନ୍ଦ ହେବ ରାଜ୍ୟରେ ପିଲା ବିକ୍ରି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe