କନକବ୍ୟୁରୋ : ରାଜଧାନୀରେ ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ । ୪ ବର୍ଷର ନାବାଳିକାକୁ ଉଦ୍ଧାର କଲା ବଡଗଡ଼ ଥାନା ପୋଲିସ । ୪୦ ହଜାର ଟଙ୍କାରେ ବିକ୍ରି କରିଥିଲେ ବାପା ମା' ,ବିହାରର ଦମ୍ପତ୍ତି ବିକ୍ରି କରିଥିଲେ । ପିପିଲିର ଏକ ପରିବାର ଏହି ପିଲାକୁ କିଣିଥିଲେ । ଏହି ଡିଲ ବେଳେ ଦୁଇ ଜଣ ଦଲାଲ ମଧ୍ୟସ୍ଥତା କରୁଥିଲେ । ମୋଟ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବଡଗଡ଼ ଥାନା ପୋଲିସ ।