Phone pay Photograph: (kanak News)
କନକ ବ୍ୟୁରୋ: ନକଲି ଫୋନ ପେ’ ବ୍ୟବହାର କରି ବଡ଼ ଧରଣର ଲୁଟ୍ ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କଲା ଛତ୍ରପୁର ଥାନା ପୁଲିସ । ଏନେଇ ଛତ୍ରପୁର ଥାନା ପରିସରରେ ଫୋନ ପେ’ କିପରି ଠକେଇ କରାଯାଉଛି ସେ ନେଇ ଡେମୋ ଦେଖେଇଲା ଅଭିଯୁକ୍ତ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା ସନ୍ତୋଷୀ ଟ୍ରେଡ଼ର୍ସ ନାମକ ଏକ ଲୁହା ଦୋକାନରୁ ଏଭଳି ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।
ଡିସେମ୍ବର ୧୪ରେ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲ ପରିସରରେ କାମ ହେଉଥିବା କହି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ପାଣ୍ଡିଆଝୁଳି ଗ୍ରାମର ନଳିନୀକାନ୍ତ ଜେନା ଲୁହା ଦୋକାନରୁ ୯୧ ହଜାର ୩୦୦ ଟଙ୍କାର ଲୁହା ସାମଗ୍ରୀ କିଣିଥିଲେ । ସାମଗ୍ରୀ ଗୋପାଳପୁର ଆର୍ମି ପବ୍ଲିକ ସ୍କୁଲ ଏକ ଗାଡି ଯୋଗେ ନେଇ ଥିଲେ । ଏହାପରେ ତାଙ୍କୁ ଫୋନପେ ୯୧ ହଜାର ୩୦୦ ଟଙ୍କା ପୈଠ କରିଥିବା କହି ଅଭିଯୁକ୍ତ ଜଣକ ସ୍କ୍ରିନ ସଟ ପଠାଇ ଥିଲେ । କିନ୍ତୁ ଏହା ଜମା ହୋଇନଥିଲା ।
ଧଉଳି ଗଣଦୁଷ୍କର୍ମ ଲଜ୍ଜା: ରେଡଫ୍ଲାଗ ଅନ୍ତର୍ଭୁକ୍ତ ହେଲା ମାମଲା
ସରଭର ଡାଉନ ଥିବା କହିବା ସହ ଏପରିକି ତାଙ୍କୁ ଆର୍ମି ପବ୍ଲିକ ସ୍କୁଲ ନାଁରେ ଏକ ଚେକ ୪ ଲକ୍ଷ ୩୫ ହଜାର ଟଙ୍କାର ଦେବା ସହ ପୁଣି ସାମଗ୍ରୀ ଦେବା ପାଇଁ କହିଥିଲେ । ଦୁଇ ଦିନ ପରେ ବି ଦୋକାନୀ ମାଲିକଙ୍କ ଆକାଉଣ୍ଟକୁ ଟଙ୍କା ନ ଆସିବାରୁ ସେ ବାଧ୍ୟ ହୋଇ ଛତ୍ରପୁର ଥାନାରେ ଅଭିଯୋଗ କରିଥିଲେ । ଛତ୍ରପୁର ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ନଳିନୀକାନ୍ତ ଜେନାକୁ ଜଗନାଥପୁର ଛକ ନିକଟରୁ ଗିରଫ କରିଛି । ପଚରାଉଚୁରା ବେଳେ ଅଭିଯୁକ୍ତ ଟଙ୍କା ହେରଫେର କରୁଥିବା ମାନିଛି । ଠକେଇ ସାମଗ୍ରୀ ଗୁଡିକ ହିଞ୍ଜିଳିକାଟୁ ଅଞ୍ଚଳରେ ବିକ୍ରି କରାଯାଇଥିବା ଖବର ପାଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି । ଛତ୍ରପୁର ଥାନା ପରିସରରେ ଲୁଟ୍ର ଡେମୋ ଦେଖାଇଲା ଅଭିଯୁକ୍ତ । ଏଥିପାଇଁ ସେ ବିଭିନ୍ନ ନକଲି ଆପ୍ଲିକେସନର ବ୍ୟବହାର କରୁଥିବା ଜଣା ପଡିଛି । ଏପରିକି ଚେକ୍ ମଧ୍ୟ ନକଲି ରହିଥିବା ବେଳେ ତାହାଠାରୁ ପୁଲିସ ତିନୋଟି ଚେକ୍ ମଧ୍ୟ ଜବତ କରିଛି ।
Follow Us