କଟକ ଅରୋ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍, ବିନା ଅନୁମତିରେ ହେଉଥିଲା ଅଲଟ୍ରାସାଉଣ୍ଡ

ବିନା ଅନୁମତିରେ ହେଉଥିଲା ଅଲଟ୍ରାସାଉଣ୍ଡ । ୨୦୧୭ ରୁ ବିନା କୌଣସି ପଞ୍ଜୀକରଣରେ ଚାଲିଥିଲା ସେଣ୍ଟର । ବେଆଇନ MTP କିଟ୍ ବିକ୍ରୟ ଉପରେ ରାଜ୍ୟବ୍ୟାପୀ ସ୍ବାସ୍ଥ୍ୟ ବିଭାଗ ଚଢାଉ ।

12

auro diagnostic Photograph: (kanaknews)

କନକ ବ୍ୟୁରୋ: କଟକ ଅରୋ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍ । ବିନା ଅନୁମତିରେ ହେଉଥିଲା ଅଲଟ୍ରାସାଉଣ୍ଡ । ୨୦୧୭ ରୁ ବିନା କୌଣସି ପଞ୍ଜୀକରଣରେ ଚାଲିଥିଲା ସେଣ୍ଟର । ବେଆଇନ MTP କିଟ୍ ବିକ୍ରୟ ଉପରେ ରାଜ୍ୟବ୍ୟାପୀ ସ୍ବାସ୍ଥ୍ୟ ବିଭାଗ ଚଢାଉ । ଗର୍ଭପାତ ବଟିକାର ଅପବ୍ୟବହାର ଓ ମନଇଚ୍ଛା ବ୍ୟବହାରକୁ ବନ୍ଦ କରିବାକୁ ଏଭଳି ଚଢାଉ କରାଯାଇଛି । ବିଭାଗ ଅସୁରକ୍ଷିତ ଏବଂ ଅନିୟନ୍ତ୍ରିତ ଗର୍ଭପାତ ଅଭ୍ୟାସ ଉପରେ ଶୂନ୍ୟ ସହନଶୀଳ ନୀତି ଆପଣାଇଛି । ଏହିକ୍ରମରେ କଟକ ମଙ୍ଗଳାବାଗ ସ୍ଥିତ କାଠାଗୋଲା ସାହିରେ ଥିବା ଅରୋ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍ କରାଯାଇଛି । 

ଶିଳ୍ପାୟନ କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢୁଛି ଓଡ଼ିଶା:  ୪ ହଜାର ୩୫୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ

୨୦୧୭ ରୁ ବିନା କୌଣସି ପଞ୍ଜୀକରଣରେ ଚାଲିଥିଲା ଏହି ଡାଇଗ୍ନୋଷ୍ଟିକ୍ ସେଣ୍ଟର । ସୂଚନା ପାଇବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ସ୍ପେଶାଲ ସ୍କ୍ବାର୍ଡ ଓ ଜିଲ୍ଲା ପ୍ରଶାସନର ଏକ ଟିମ୍ ଏହି ଚଢାଉ କରି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରାଯାଇଛି । ରାଜ୍ୟବ୍ୟାପୀ ଏହି ଚଢାଉକୁ ଜୋରଦାର କରାଯାଇଛି । MTP କିଟ୍ସର ଅନଧିକୃତ ବିକ୍ରୟ, ଫାର୍ମାସିଷ୍ଟଙ୍କ ଅନୁପସ୍ଥିତି, ପ୍ରେସକ୍ରିପସନ୍ ରେକର୍ଡ ରକ୍ଷଣାବେକ୍ଷଣ ନ କରିବା, ସିଡ୍ୟୁଲ୍ ଔଷଧର ଅବୈଧ ମହଜୁଦ ରଖିବା ଏବଂ ଡ୍ରଗ୍ସ ଏବଂ କସମେଟିକ୍ସ ଆଇନ ଅନୁଯାୟୀ ଅନ୍ୟାନ୍ୟ ଉଲ୍ଲଂଘନ ହେଉଥିବା ସ୍ଥାନରେ ଯାଞ୍ଚ କରାଯାଇଛି । ୧୫୦ରୁ ଅଧିକ ଔଷଧ ଦୋକାନ ଉପରେ ଚଢାଉ କରାଯାଇଛି ଏବଂ ଗୁରୁତର ଉଲ୍ଲଂଘନ ପାଇଁ ଅନେକ ଦୋକାନକୁ ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି । ଯେଉଁଠାରେ ଅବୈଧ MTP କିଟ୍ ଏବଂ ଅଣଲାଇସେନ୍ସପ୍ରାପ୍ତ ପ୍ରେସକ୍ରିପସନ୍ ଔଷଧ ଚିହ୍ନଟ କରି ସେଠାରେ ଜବତ କରାଯାଇଛି । ସମସ୍ତ ଉଲ୍ଲଂଘନକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ, ଏବଂ ଅପରାଧର ଗମ୍ଭୀରତା ଉପରେ ନିର୍ଭର କରି ଲାଇସେନ୍ସଗୁଡ଼ିକୁ ସ୍ଥଗିତ କିମ୍ବା ବାତିଲ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe